ଭିଜିଲାନ୍ସ ଜାଲ୍‌ ଥି ପଡ଼୍‌ଲେ ବଲାଙ୍ଗିର ଲୋୟର୍‌ ସୁକ୍‌ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭିଜିଲାନ୍ସ ଜାଲ୍‌ ଥି ପଡ୍‌ଲେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ବଲାଙ୍ଗିର ଲୋୟର୍‌ ସୁକ୍‌ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ୍‌ ପଡ଼ିଛନ୍‌ ଭିଜିଲାନ୍ସ ଜାଲ୍‌ ଥି । ଆୟ ବହିର୍ଭୁତ ସଂପତ୍ତି ଠୋଲ୍‌ ଅଭିଯୋଗ୍‌ ନେ ଚାଲିଛେ ଭିଜିଲାନ୍ସ ରେଡ୍‌ । ଏକାସାଂଗେ ୯ଟା ଜାଗା ନେ ରେଡ୍‌ ଚାଲିଛେ । ଭୁବନେଶ୍ୱର ନୀଳାଦ୍ରିବିହାର ଠାନେ ଥିବାର ସୁନୀଲ ରାଉତଙ୍କର ୩ ମହଲା କୋଠା ଉପରେ ଚାଲିଛେ ରେଡ୍‌ । ହେନ୍‌ତା ନୟାପଲ୍ଲୀର ୨ ମହଲା ବିଲଡ଼ିଂ ଉପରେ ବି ଚଢ଼ଉ କରୁଛି ଭିଜିଲାନ୍ସ ବିଭାଗ । ସୁନୀଲଙ୍କର୍‌ ପୁରୀ ଭିଆଇପି ରୋଡ୍‌ ନେ ଥିବାର୍‌ ଗୁଟେ ଫ୍ଲାଟ୍‌ ଥି ଘମାଘୋଟ ଚଢ଼ଉ ଚାଲିଛେ । ପୁରୀର ଗ୍ରାଣ୍ଡ ରୋଡ଼୍‌ ନେ ଥିବାର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ୍‌ଙ୍କର ଆର୍‌ ଗୁଟେ ଫ୍ଲାଟ୍‌ ଥି କେ ବି ମାଡ଼ି ବସିଛେ ଭିଜିଲାନ୍ସ ବିଭାଗ । ସୁନୀଲ୍‌ଙ୍କର ପୈତୃକ ଘର କଟକ ଗୁରୁଡ଼ିଝାଟିଆ ଠାନେ ବି ଚାଲିଛେ ଚଢ଼ଉ । ସୁନୀଲ୍‌ଙ୍କର ପୁଓର୍‌ ଅନୁଗୁଲ କିଶୋରନଗର୍‌ ଥି ଥିବାର୍‌ ଘର ଉପ୍‌ରେ ଆର୍‌ ଭୁବନେଶ୍ୱର ନୟାପଲ୍ଲୀ ଥି ଥିବାର ତାଙ୍କର ସଂପର୍କୀୟଙ୍କର୍‌ ଘର୍‌ ଉପରେ ବି ଭିଜିଲାନ୍ସ ଛାନ୍‌ଭିନ୍‌ କରୁଛେ । ଇତାର୍‌ ସାଂଗେ ବଲାଙ୍ଗିର ନେ ଥିବାର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ୍‌ଙ୍କର ଘର୍‌ ଆର୍‌ ଅଫିସ୍‌ ଚେମ୍ବର୍‌ ଥି ବି ଭିଜିଲାନ୍ସ ବିଭାଗ ଚଢ଼ଉ କରିଛେ । ଚାଲିଛେ ଜୋର୍‌ସୋର୍‌ ରେଡ୍‌ । ରେଡ୍‌ ସର୍‌ଲା ଉତ୍‌ରୁ ଜନା ପଡ୍‌ବା, କେତେ ଆୟ ବହିର୍ଭୁତ ସଂପତ୍ତି ଠୋଲ୍‌ କରିଛନ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ୍‌ । ଠିକ୍‌ ଭାବେ ଛାନ୍‌ଭିନ୍‌ ହେଲେ ବଲାଙ୍ଗିର ଲୋୟର୍‌ ସୁକ୍‌ତେଲ ପ୍ରକଳ୍ପର୍‌ ଭିତ୍‌ରେ ବାହାରେ ଚାରିଆଡେ ଦୁର୍ନୀତିର୍‌ ଚେର୍‌ ଲମିଛେ ବଲି ଲୋକ୍‌ ଆଲୋଚନା କରୁଛନ୍‌ ।

Leave A Reply

Your email address will not be published.