ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତ କାପସିଠାରେ ମିନି ଷ୍ଟେଡିଅମ ନିର୍ମାଣ ନେଇ ବହୁ ଦିନରୁ ଦାବୀ ହୋଇଥିଲା । ଗତକାଲି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଉକ୍ତ ବିଷୟକୁ ନେଇ ଅଭିଯୋଗ ହେଲାପରେ ଜିଲ୍ଲାପାଳ ହେମକାନ୍ତ ସାଏ କ୍ଷେତ୍ର ପରିଦର୍ଶନ କରିଛନ୍ତି । ପ୍ରଥମେ ମନରେଗା କାର୍ଯ୍ୟରେ ପଡିଆ ସମତଲ ହେବାପରେ ଷ୍ଟେଡିଅମ ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ ପାଣ୍ଠିର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ସଂପୃକ୍ତ ସ୍ଥାନରେ ମିନି ଷ୍ଟେଡିଅମ ନିର୍ମାଣ ପାଇଁ ୨ ବର୍ଷ ହେବ ଦାବୀ ହୋଇଥିଲା । ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ସମେତ ତତ୍କାଳୀନ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ଭେଟି ଯୁବକମାନେ ଦାବୀ କରିଥିଲେ । ଯୁବକମାନଙ୍କ ଆଗ୍ରହକୁ ଦେଖି ମିନି ଷ୍ଟେଡିଅମ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରାଯାଇଥିଲା । ଜିଲ୍ଲାପାଳଙ୍କ ସମେତ ସିନାପାଲି ବିଡିଓ ସଦାଶିବ ନାଏକ, ତହସିଲଦାର ଲୋକନାଥ ଶବର, ସହ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ ରହିଥିଲେ । ଏହି ଅଭିଯୋଗ ଶୁଣାଣିରେ ସିନାପାଲି ସମିତି ସଭ୍ୟ ମନିଶ କୁମାର ପଟେଲ, ଜିଲା ଗୋଣ୍ତ ସମାଜ ସଭାପତି ପ୍ରଶନ୍ନ ମାଝି, ମାଁ ଠାକୁରାଣୀ ଆଜାଦ କ୍ଲବ ସଭାପତି ବିହାରୀ ଲାଲ ମଶ୍ରା, ତୁଲାରାମ ନିଆଲ, ମନୋଜ ଦାସ, ପ୍ରକାଶ ପାତ୍ର, ପ୍ରବିଣ ପାତ୍ର ସମେତ ଅନ୍ୟାନ୍ୟ ଉପସ୍ଥିତ ଥିଲେ ।