ଚାରି ଲାଇନ ବିଶିଷ୍ଟ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁଁ ଗଡିଲା ପୁଣି ଏକ ମୁଣ୍ଡ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକର କେରାପଦର ବିଦ୍ୟାନଗର ଛକରୁ ରାଜପୁରକୁ ସଂଯୋଗ କରୁଥିବା ଚାରି ଲାଇନ ବିଶିଷ୍ଟ ରାସ୍ତାରେ ମୋଟରସାଇକେଲ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସିନାପାଲି ବ୍ଲକ ଅଧିନସ୍ଥ ଗଣ୍ଡାବାହାଳି ଗ୍ରାମର ବେଣୁଧର ଭୋଇ ନାମରେ ଜଣେ ବ୍ୟକ୍ତି କୌଣସି କାରଣ ଯୋଗୁଁ କେରାପଦର ବିଦ୍ୟାନଗର ଛକ ପଟରୁ ରାଜପୁର ଅଭିମୁଖେ ତାଙ୍କର ମୋଟରସାଇକେଲ ନମ୍ବର ଓଡି ୨୬ ଡି୬୯୪୩ରେ ଯାଉଥିବା ବେଳେ ଚାରି ଲାଇନ ରାସ୍ତା ନିର୍ମାଣ କାରୀ ଠିକା କମ୍ପାନୀର ଭୁଲ ଯୋଗୁଁ ଠିକ ଭାବେ ରାସ୍ତା ଅନୁମାନ କରି ନ ପାରି ଦୁର୍ଘଟଣା ଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ଏହି ଠିକା କମ୍ପାନୀ ରାସ୍ତା ନିର୍ମାଣ ସମୟରେ ରାସ୍ତାକାଟିଥିବା ସ୍ଥାନରେ ୪ ରୁ ୫ ଟ୍ରିପ ମାଟି ଦେଇ ଉଚ୍ଚ କରିଥିବା ବେଳେ କୌଣସି ବିପଦ ସଙ୍କେତ ଚିହ୍ନ ମଧ୍ୟ ଦେଇନାହାନ୍ତି, ଫଳରେ ବାଇକ ଆରୋହି ଜଣକ ଛିଟିକି ପଡିବା ଯୋଗୁଁ ମୁଣ୍ଡରେ ଗୁରୁତର ଆଘାତ ହୋଇ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ଟଲିପଡିଥିଲେ । ସ୍ଥାନୀୟ ଜନସାଧାରଣ ବୋଡେ଼ନ ପୋଲିସକୁ ସୂଚନା ଦେଲାପରେ ପୋଲିସ ମୋଟରସାଇକେଲକୁ ଜବତ କରିବା ସହିତ ମୃତବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବାର ଜଣାପଡିଛି । ଚାରି ଲାଇନ ରାସ୍ତା ନିର୍ମାଣ ଆରମ୍ଭ ଦିନ ଠାରୁ ଏଭଳି ଠିକା କମ୍ପାନୀମାନଙ୍କ ବେପରୁଆ, ଦାୟିତ୍ୱହୀନ, କାର୍ୟ୍ୟ ଯୋଗୁଁ ବୋଡେ଼ନ, ସିନାପାଲି, ଖଡ଼ିଆଲ, ଅଞ୍ଚଳର ୨୦ରୁ ଅଧିକବ୍ୟକ୍ତିଙ୍କ ମୃତ୍ୟୁ ହୋଇସାରିଲାଣି, ଯାହାକି ଚିନ୍ତାର ଵିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

jittmm
Leave A Reply

Your email address will not be published.