କଟକ : ସାମାଜିକ ଗଣମାଧ୍ୟମରେ ବିପୁଳ ଜନମତକୁ ସମ୍ମାନ ଦେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ଷ୍ଟେସନର ଡିଜାଇନକୁ ସ୍ୱୀକୃତି ଦେଇଛନ୍ତି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ମଙ୍ଗଳବାର କଟକ ଷ୍ଟେସନ ନିରୀକ୍ଷଣ କରି ଚାଲୁ ରହିଥିବା ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିବା ବେଳେ ଏହାର ପ୍ରକଳ୍ପ ସମ୍ବନ୍ଧୀୟ କାର୍ଯ୍ୟ ସମ୍ବନ୍ଧରେ ଅବଗତ ହୋଇଛନ୍ତି । ଏହା ସହିତ ସୁନକର ଭୁବନେଶ୍ୱର-କଟକ ରେଳ ସେକ୍ସନ ନିରୀକ୍ଷଣ କରି ନିରାପତ୍ତା ସମ୍ବନ୍ଧୀୟ ଏବଂ ରେଳ ଚଳାଚଳ ଟ୍ରାଫିକ ସମ୍ବନ୍ଧୀୟ କାର୍ଯ୍ୟ ସମୀକ୍ଷା କରିଥିଲେ । କଟକ ଷ୍ଟେସନ ନିରୀକ୍ଷଣ ସମୟରେ ଶ୍ରୀ ସୁନକର ଯାତ୍ରୀ ପରିସେବା କାର୍ଯ୍ୟ ସହିତ ଅନ୍ୟାନ ପ୍ରକଳ୍ପ କାର୍ଯ୍ୟ ଗୁଡିକର ସମୀକ୍ଷା କରି ଏହା ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାର ଶୀଘ୍ର ସମ୍ପାଦନ ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ରେଳ ପ୍ରକଳ୍ପ ଓ ଭିତ୍ତିଭୂମି ବିକାଶ ପାଇଁ ଗୁରୁତ୍ୱାରୋପ କରୁଥିବା ବେଳେ ନିଜେ ଏହାର ଅଗ୍ରଗତି ସମ୍ବନ୍ଧରେ ନିୟମିତ ସମୀକ୍ଷା କରୁଛନ୍ତି । କଟକ ରେଳ ଷ୍ଟେସନର ବିକାଶ କାର୍ଯ୍ୟ ଶ୍ରୀ ବୈଷ୍ଣବଙ୍କ ଓଡ଼ିଶାରେ ରେଳ ପ୍ରକଳ୍ପ ସମୀକ୍ଷା ମଧ୍ୟରୁ ଅନ୍ୟତମ ଅଟେ ।
Prev Post