ବିକ୍ଷୋଭକାରୀଙ୍କୁ ଛାଡି ଦେବାକୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ମଞ୍ଚ ଉପରୁ କେ.ଭି. ସିଂଦେଓଙ୍କ ନିର୍ଦ୍ଦେଶ

  • ଦଲାଲ ମାନଙ୍କୁ ନୋଟୋଙ୍କି କହିଥିବା ମଞ୍ଚ ଉପରୁ ସ୍ପଷ୍ଟୋକ୍ତି କଲେ କେ.ଭି ସିଂଦେଓ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଉପ ମୁଖ୍ୟମନ୍ତ୍ରୀଙ୍କ ସାଂସ୍କୃତିକ ତଥା ବିକାଶ ମୂଳକ ଅଭିଭାଷଣ ଶୁଣିବାରୁ ବଞ୍ଚିତ ହେଲେ ସୁବର୍ଣ୍ଣପୁର ଜନସାଧାରଣ ତଥା ବୁଦ୍ଧିଜୀବୀ । ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ସାଂସ୍କୃତିକ ମଞ୍ଚରେ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ତାଙ୍କ ସାଙ୍ଗରେ ବରେଣ୍ୟ ଅତିଥି ଭାବରେ ପୂର୍ବତନ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ମାନ୍ୟବର ପୂର୍ବତନ ନ୍ୟାୟଧିଶ ଉଚ୍ଚ ନ୍ୟାୟାଳୟ, କଟକ ଏବଂ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା । ସ୍ଥାନୀୟ କଳାକାର ଏବଂ ଜନସାଧାରଣଙ୍କ ପକ୍ଷରୁ ଶ୍ରୀ ସିଂଦେଓ ଏବଂ ଅତିଥି ମାନଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ଓ ବିଧାୟକ ଇଂ ରଘୁନାଥ ଜଗଦଲାଙ୍କ ବକ୍ତବ୍ୟ ପରେ ମୁଖ୍ୟ ଅତିଥି ତଥା ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ବକ୍ତବ୍ୟ ଆରମ୍ଭ କରିଥିବା ବେଳେ ନବନିର୍ମାଣ କୃଷକ ସଙ୍ଗଠନ ର ୩/୪ ଜଣ ଯୁବକ ଶ୍ରୀ ସିଂଦେଓଙ୍କୁ “ଚାଷୀଙ୍କୁ ନୋଟଙ୍କି କହିବା ଚଳିବ ନାହିଁ” ନାରା ଦେବା ସହ କିଛି ଲେଖାଥିବା ପ୍ଲା କାର୍ଡ ପ୍ରଦର୍ଶନ କରିଥିଲେ । ଏହା ଦେଖି ବିଜେପି କିଛି କର୍ମକର୍ତ୍ତା ଓ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଯୁବକଙ୍କ ମଧ୍ୟରେ ଧସ୍ତାଧସ୍ତି, ଚୌକି ଫିଙ୍ଗାଫିଙ୍ଗି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ତୁରନ୍ତ ଯୁବକ ମାନଙ୍କୁ ତାଙ୍କ ହେପାଜତକୁ ନେଇଥିବା ବେଳେ ମଞ୍ଚ ଉପରୁ କେ.ଭି. ସିଂଦେଓ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ତାଙ୍କୁ ଛାଡି ଦିଅ । କେ.ଭି ଚାଷୀଙ୍କ ସମସ୍ୟା ମାର୍ଚ୍ଚ ୩୧ ସୁଦ୍ଧା ସରକାର ନିଶ୍ଚୟ ସମାଧାନ କରିବାର ପ୍ରତିଶ୍ରୁତି ଦେଇ ମଞ୍ଚ ଛାଡିଥିଲେ । ଏବଂ କହିଥିଲେ ଆଗରୁ ବଡ ବଡ ଚାଷୀମାନେ ଧାନ ବିକି ସାରିଲେ ଛୋଟ ଚାଷୀ ଧାନ ବିକ୍ରି କରିପାରୁଥିଲେ କିନ୍ତୁ ତାଙ୍କ ସରକାର ଆସିବା ପରେ ସବୁ ଛୋଟ ଚାଷୀ ମାନେ ମଧ୍ୟ ଏକା ସାଙ୍ଗରେ ବିକ୍ରୀ କରୁଛନ୍ତି ଏହା କିଛି ଚାଷୀ ଦଲାଲ ମାନେ ସହ୍ୟ କରି ପାରୁନାହାନ୍ତି, ନୋଟଙ୍କି ବକ୍ତବ୍ୟକୁ ବିରୋଧ ଜାରି ରଖିଛନ୍ତି । ସେ ନୋଟଙ୍କି ଚାଷୀ ମାନଙ୍କୁ ନୁହେଁ ବରଂ ସମ୍ପୃକ୍ତ ଚାଷୀର ଦଲାଲ ମାନଙ୍କୁ କହିଥିବା ପରୋକ୍ଷରେ ସ୍ପଷ୍ଟ କରିଥିଲେ । କିନ୍ତୁ ଜିଲ୍ଲାର ବିକାଶ ପାଇଁ ଏବଂ କଳାକାର ମାନଙ୍କ ଉଦ୍ଦେଶ୍ୟରେ କଣ ଉଦବୋଧନ ଦେବେ ଉପ ମୁଖ୍ୟମନ୍ତ୍ରୀ ଅନାଇ ବସିଥିବା ବୁଦ୍ଧିଜୀବୀ, କଳାକାର ତଥା ଜନସାଧାରଣ ସାଂସ୍କୃତିକ ମଞ୍ଚ ଆଗରେ ନବ ନିର୍ମାଣ କୃଷକ ନେତାଙ୍କ ଏଭଳି ବିରୋଧକୁ ନାପସନ୍ଦ କରିଥିବା ମତାମତ ନେବା ବେଳେ ସ୍ପଷ୍ଟ କହିଥିଲେ । ଯଦି ସଂପୃକ୍ତ ଯୁବକ ମାନେ ବିକ୍ଷୋଭ ପ୍ରଦର୍ଶନ କରିବାର ଥିଲା ତା ହେଲେ ରାସ୍ତାରେ କିମ୍ବା ରାଜନୈତିକ ସଭା ତଥା ଅନ୍ୟ ସ୍ଥାନରେ କରି ପାରିଥାନ୍ତେ । ସାଂସ୍କୃତିକ ମଞ୍ଚ ଆଗରେ କୌଣସି ପ୍ରକାର ପ୍ରତିବାଦ, ପ୍ରତିରୋଧ ଶୋଭନୀୟ ନୁହେଁ ଏହା ଜିଲ୍ଲାର ତଥା କଳାକାରଙ୍କ ପ୍ରଗତିରେ ବାଧକ ବୋଲି ଜିଲ୍ଲା କଳା ଓ ସାଂସ୍କୃତି ମଞ୍ଚର ଉପ ସଭାପତି ମାନଭଞ୍ଜନ ମିଶ୍ର କହିଛନ୍ତି ।

Leave A Reply

Your email address will not be published.