oom

ଟାଙ୍ଗରପଡ଼ାରେ ସରକାରୀ ଜାଗାକୁ ଦଖଲ କରି ରହୁଥିବା ଲୋକଙ୍କୁ ୪୮ ଘଣ୍ଟା ଭିତରେ ଖାଲି କରିବାକୁ ନିର୍ଦ୍ଦେଶ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟାଙ୍ଗରପଡ଼ାରେ ସରକାରୀ ଜାଗାକୁ ଦଖଲ କରି ରହୁଥିବା ଲୋକଙ୍କୁ ୪୮ ଘଣ୍ଟା ଭିତରେ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ ପୌରପରିଷଦ ପକ୍ଷରୁ ଏକ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ଓଭରବ୍ରିଜ ନିକଟରେ ସ୍ଥାନ ଚିହ୍ନଟ କରାଯାଇଥିଲା । ଟେଣ୍ଡର ମଧ୍ୟ ବାହାରି ସାରିଛି, ଏଥି ନିମନ୍ତେ ଗତ ଏପ୍ରିଲ ମାସ ୨୧ ତାରିଖରେ ଓଭର ବ୍ରିଜ ନିକଟ ଟାଙ୍ଗରପଡ଼ାରେ ସରକାରୀ ଜାଗା ଉପରେ ଦଖଲ କରି ରହୁଥିବା ଲୋକଙ୍କୁ ଜାଗା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ସେତେବେଳେ ସ୍ଥାନୀୟ ଲୋକେ ପୌରାଧ୍ୟକ୍ଷା ମମତା ଦେବୀ ଜୈନ, ଉପଜିଲ୍ଲାପାଳ ଦୟାମୟ ପାଢୀ, ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଭେଟି ଗୁହାରି କରିବା ପରେ ପ୍ରଶାସନ ପକ୍ଷରୁ ଏହି ଲୋକମାନଙ୍କୁ ଜାଗା ଖାଲି କରିବା ପାଇଁ କିଛି ଦିନର ମହଲତ ପ୍ରଦାନ କରିଥିଲେ । ତେବେ ସେମାନେ ଜାଗା ଖାଲି ନ କରିବାରୁ ଶୁକ୍ରବାର ସନ୍ଧ୍ୟା ୫ ଟା ସମୟରେ ୪୮ ଘଣ୍ଟା ଭିତରେ ସ୍ଥାନ ଖାଲି କରିବାକୁ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ଜାଗା ଖାଲି ନ କଲେ ଜବର ଦଖଲ ଉଚ୍ଛେଦ ସମୟରେ ଯାହା ବି କ୍ଷୟ କ୍ଷତି ହେଲେ କତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ସୂଚାଇ ଦିଆଯାଇଛି ।

jittmm
Leave A Reply

Your email address will not be published.