ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମସ୍ତ କର୍ମଚାରୀ ଜାନୁଆରୀ ୩୧ ସୁଦ୍ଧା ସଂପତ୍ତି ତାଲିକା ଦାକଲ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମସ୍ତ ସରକାରୀ କର୍ମଚାରୀ ୨୦୨୩ ଜାନୁଆରୀ ଶେଷ ସୁଦ୍ଧା ଅନ୍‌ଲାଇନରେ ନିର୍ଦ୍ଦାରିତ ଫର୍ମାଟରେ ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ସେମାନଙ୍କର ସଂପତ୍ତି ତାଲିକା ଦାଖଲ କରିବା ନିମନ୍ତେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ନିର୍ଦ୍ଦେଶ ଦେଇଛନ୍ତି । କର୍ମଚାରୀମାନେ ସଂପତ୍ତି ତାଲିକା ଦାଖଲ ନ କଲେ ଫେବୃୟାରୀ ମାସ ପରଠାରୁ ସଂପତ୍ତି ତାଲିକା ଦାଖଲ ପର୍ଯ୍ୟନ୍ତ ସେମାନଙ୍କର ଦରମା ବନ୍ଦ ରହିବ ବୋଲି ଏକ ଚିଠି ଯୋଗେ ଜଣାଇ ଦିଆଯାଇଛି ।

ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଫିସ୍‌ ଏଷ୍ଟାବ୍ଲିସମେଣ୍ଟ ଡିଲ୍‌ କରୁଥିବା ସଂପୃକ୍ତ ଅଫିସର ଦରମା ପ୍ରଦାନକାରୀ ଅଧିକାରୀଙ୍କୁ ସମ୍ପତ୍ତି ତାଲିକା ଦାଖଲ କରିନଥିବା କର୍ମଚାରୀମାନଙ୍କର ତାଲିକା ପ୍ରଦାନ କରିବେ । ଏହି ନିର୍ଦ୍ଦେଶନାମା ବିଭାଗର କେନ୍ଦ୍ରୀୟ ସେବା ଓ ସର୍ବଭାରତୀୟ ସେବାର ପଦାଧିକାରୀମାନଙ୍କ ନିମନ୍ତେ ମଧ୍ୟ ପ୍ରଯୁର୍ଯ୍ୟ ବୋଲି ଡ. ପାଢୀ ସ୍ପଷ୍ଟ କରିଛନ୍ତି । ପ୍ରକାଶ ଥାଉକି ଓଡିଶା ଗଭର୍ଣ୍ଣମେଣ୍ଟ ସର୍ଭାଣ୍ଟ କଣ୍ଡକ୍ଟ(ଆମେଣ୍ଡମେଣ୍ଟ) ରୁଲସ୍‌ ୨୦୨୧ ଅନୁସାରେ ସମସ୍ତ ସରକାରୀ କର୍ମଚାରୀଙ୍କ ନିମନ୍ତେ ବାର୍ଷିକ ସଂପତ୍ତି ତାଲିକା ଦାଖଲ କରିବା ବାଧ୍ୟତାମୂଳକ । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୨୪୩୩୬, ତା.୩୧/୧୨/୨୦୨୨ରେ ସମସ୍ତ କର୍ମଚାରୀ ତାଙ୍କର ବାର୍ଷିକ ସମ୍ପତ୍ତି ତାଲିକା ୨୦୨୩ ଜାନୁଆରୀ ୩୧ ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଏଚ୍‌ଆର୍‌ଏମ୍‌ଏସ୍‌ରେ ଦାଖଲ କରବା ପାଇଁ ପରାମର୍ଶ ଦିଆଯାଇଥିଲା । ପଦୋନ୍ନତି ନିମନ୍ତେ ଏହି ସମ୍ପତ୍ତି ତାଲିକା ଦାଖଲ ମଧ୍ୟ ଜରୁରୀ ଅଟେ ।

Leave A Reply

Your email address will not be published.

error: Content is protected !!