oom

ପାଇକମାଲ ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ଡିଙ୍କ ଦାୟିତ୍ଵ ଗ୍ରହଣ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ସଦର ଗ୍ରାମ ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ଡି ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି । ଆଜି ପାଇକମାଲ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅନୀଲ କୁମାର ପାଣିଗ୍ରାହୀଙ୍କ ଠାରୁ ସେ ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି । ନୂତନ ସରପଞ୍ଚଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ପୁରୋହିତଙ୍କ ସହ ଗ୍ରାମ ପଞ୍ଚାୟତ କର୍ମଚାରୀମାନଙ୍କ ଉପସ୍ଥିତିରେ ସରପଞ୍ଚ ଶ୍ରୀମତୀ ତାଣ୍ଡିଙ୍କୁ ଫୁଲତେଡା ଓ ଉପଢ଼ୌକନ ଦେଇ ସ୍ବାଗତ କରିଥିଲେ । ପାଇକମାଲ ପଞ୍ଚାୟତର ରହିଥିବା ସମସ୍ୟା ଗୁଡ଼ିକୁ ସମାଧାନ କରିବା ତଥା ଏକ ସରସ ସୁନ୍ଦର ଭାବେ ପଞ୍ଚାୟତ ଗଠନ କରିବାରେ ସମସ୍ତଙ୍କର ସହଯୋଗ ଆବଶ୍ୟକ ରହିଛି ବୋଲି ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ତାଣ୍ଡି କହିଛନ୍ତି । ଏଥିରେ ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ, ବରଗଡ଼ ଜିଲ୍ଲା ବିଜେପି ଉପ ସଭାପତି ସରୋଜ ସାମଲ, ସୁଶାନ୍ତ ନାଗ, ଯୋଗେନ୍ଦ୍ର ଭୋଇ, ଇନ୍ଦ୍ରଜିତ ଭୋଇ, ରୋଶନ ପାଣିଗ୍ରାହୀ, ସତ୍ୟନାରାୟଣ ବେହେରା, ଡା ଲମ୍ବୋଦର ପଣ୍ତା, ରାଜୁ ତ୍ରିବେଦୀ, କୌଲାସ ଦିଶ୍ରୀ, ଶୁକଦେବ ପ୍ରଧାନ, ଧନ ସିଂ ତାଣ୍ତି, ବିକି ଅଗ୍ରୱାଲ, ରାଜ ମହମ୍ମଦ, ରାଜେନ୍ଦ୍ର ସେଠ ପ୍ରମୁଖ ଥିଲେ ।

jittmm
Leave A Reply

Your email address will not be published.