ରବିରଞ୍ଜନ ପୂଜାରୀ ଓଡିଶା ହୋଟେଲ ମହାସଂଘର ଯୁଗ୍ମ ସମ୍ପାଦକ ନିର୍ବାଚିତ

ଭୁବନେଶ୍ୱର : ଚଳିତ ବର୍ଷ ଓଡିଶା ହୋଟେଲ ମହାସଂଘର ସାଧାରଣ ନିର୍ବାଚନ ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ଥି ପ୍ରିମିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାଧାରଣ ସଭାରେ ଓଡିଶାର ବିଭିନ୍ନ ହୋଟେଲ ପ୍ରାନ୍ତରୁ ଅନେକ ସଭ୍ୟସଭ୍ୟା ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ ପୂଜାରୀ ବଲାଙ୍ଗିର ଜିଲ୍ଲାର ହୋଟେଲ ପାର୍କ ଲାଣ୍ଡ ହୋଟେଲ ମଧ୍ୟରୁ ପ୍ରତିନିଧିତ୍ୱ କରି ଓଡିଶା ରାଜ୍ୟ ହୋଟେଲ ମହାସଂଘରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଥିବାରୁ ଓଡିଶା ହୋଟେଲ ମହାସଂଘ ତରଫରୁ ତାଙ୍କୁ ଖୁବ ଶୁଭେଚ୍ଛା ଜ୍ଞାପନ କରିବା ସଙ୍ଗେ ପଶ୍ଚିମ ଓଡିଶା ହୋଟେଲ ମହାସଂଘ ତରଫରୁ ମଧ୍ୟ ଶୁଭେଚ୍ଛା ଓ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.