କିଶୋର ମିଶ୍ର ରାଜ୍ୟ ବଡି ବିଲଡିଂ ସଂଘର ରାଜ୍ୟ ଉପସଭାପତି ଭାବରେ ନିର୍ବାଚିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର ରାଜ୍ୟ ବଡି ବିଲଡିଂ ସଂଘର ଉପ-ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ ସଂଘର ବାର୍ଷିକ ସାଧାରଣ ବୈଠକରେ ଅନୁଷ୍ଠିତ ନିର୍ବାଚନରେ ଶ୍ରୀ ମିଶ୍ର ଅନ୍ୟ ମାନଙ୍କ ସହ ନିର୍ବିରୋଧ ଭାବରେ ଉପସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଆଗାମୀ ୫ ବର୍ଷ ପାଇଁ ସେ ଉପସଭାପତି ଭାବରେ କାର୍ଯ୍ୟ ସମ୍ପାଦନ କରିବେ । ଉପ- ସଭାପତି ଭାବରେ ନିର୍ବାଚିତ ହୋଇଥିବାରୁ ଜିଲ୍ଲା କ୍ରୀଡା ସଂସଦର ସମସ୍ତ କର୍ମକର୍ତ୍ତା, ସଦସ୍ୟ ତଥା ଜିଲ୍ଲାର କ୍ରୀଡାବିତ୍ ତଥା ଜିଲ୍ଲା ବଡି ବିଲଡିଂ ସଂଘର ସମସ୍ତ କର୍ମକର୍ତ୍ତା ତଥା ସଦସ୍ୟମାନେ ଶ୍ରୀ ମିଶ୍ରଙ୍କୁ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.