
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ନିକଟରେ ଅନୁଷ୍ଠିତ ହୋଇଯାଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଆଜି ୬ଟି ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟରେ ନବ ନିର୍ବାଚିତ ସମିତି ସଭ୍ୟ ଓ ସଭ୍ୟାମାନେ ୬ଟି ଯାକ ବ୍ଲକରେ ପହଂଚି ପଂଚାୟତ ସମିତିର ଅଧ୍ୟକ୍ଷ ନିର୍ବାଚନ କରିଛନ୍ତି । ସୁବର୍ଣ୍ଣପୁର ସଦର ବ୍ଲକରେ ପ୍ରହଲ୍ଲାଦ ନାୟକ, ତରଭା ବ୍ଲକରେ ସରୋଜ କମ୍ପ, ଡୁଙ୍ଗୁରିପାଲି ବ୍ଲକରେ ଅହଲ୍ୟା ସାହୁ, ବିନିକା ବ୍ଲକରେ ଦୀପ୍ତିରେଖା ନନ୍ଦ, ଉଲୁଣ୍ଡା ବ୍ଲକରେ ଶାନ୍ତିଲତା ମିଶ୍ର ଓ ବୀରମହାରାଜପୁର ବ୍ଲକରେ ଶାନ୍ତି ଲୁହା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଶାନ୍ତି ଶୃଙ୍ଖଳା ପାଇଁ ସବୁଠି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଜୟୀ ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ସବୁଠି ବିଜୟ ଶୋଭାଯାତ୍ରା କରିଛନ୍ତି ।