ଆଇପିୟୁର କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ ହେଲେ ଅପରାଜିତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅନ୍ତଃସଂସଦୀୟ ୟୁନିୟନ (ଆଇପିୟୁ)ର କାର୍ଯ୍ୟକାରିଣୀ କମିଟିକୁ ନିର୍ବାଚିତ ହୋଇଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ । ଅପରାଜିତା ନିର୍ବାଚିତ ହେବା ପରେ ଏହି କମିଟିରେ ଭାରତ ସଭାପତି ପଦ ହାସଲ କରିଛି । ଆଉ ଦୁଇ ଦଶନ୍ଧି ପରେ ଭାରତ ପାଖକୁ ଏହି ପଦ ଆସିଛି । ସାଂସଦ ଅପରାଜିତା ଏବେ ଦକ୍ଷିଣ ଆଫ୍ରିକାର ରଓ୍ବାଣ୍ଡାର କିଗାଲି ଗସ୍ତରେ ରହିଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ନେତୃତ୍ୱରେ ଭାରତର ଆଇପିୟୁ ଟିମ୍ ଗସ୍ତ କରିଛି । ଯେଉଁଥିରେ ଓଡିଶାର ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସହିତ ହରିଆଣାର ସାଂସଦ କାର୍ତ୍ତିକେୟ ଶର୍ମା ମଧ୍ୟ ରହିଛନ୍ତି । ଯିଏକି ଜଣେ ବିଜେପି ସାଂସଦ । ସେହିପରି ଅନ୍ୟମାନେ ରହିଛନ୍ତି । ଆଇପିୟୁର ୧୪୫ତମ ସମ୍ମିଳନୀ ଅବସରରେ ଏହି ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା । ମୋଟ ୧୮ଟି ଭୋଟରୁ ଭାରତ ସମର୍ଥନରେ ୧୨ଟି ଭୋଟ ପଡ଼ିଥିଲା । ଏହାପରେ ଅପରାଜିତା ନିର୍ବାଚିତ ହୋଇଛନ୍ତି । ଲୋକସଭା ପକ୍ଷରୁ ଏକ ଟ୍ବିଟ୍ କରାଯାଇ ଅପରାଜିତା ଆଇପିୟୁରେ ବିଜୟୀ ହେବା ନେଇ ସୂଚନା ଦିଆଯାଇଛି । ବାଚସ୍ପଚି ଓମ୍ ବିର୍ଲା ଏଥିପାଇଁ ଅପରାଜିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ଅପରାଜିତା ଭାରତର ପ୍ରାର୍ଥୀ ହେବେ ବୋଲି ଘୋଷଣା ହେବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଚସ୍ପତି ଓମ୍ ବିର୍ଲାଙ୍କୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ । ୧୭୮ ଦେଶକୁ ନେଇ ଗଠିତ ଆଇପିୟୁରେ ୧୫ ଜଣିଆ ପରିଚାଳନା ପାଇଁ ଗୋଟିଏ ପଦ ଖାଲି ହୋଇଥିବାରୁ ଏହି ପଦ ପାଇଁ ନିର୍ବାଚନ ହୋଇଥିଲା । ବିଗତ ବହୁ ବର୍ଷ ଧରି ଭାରତରୁ କେହି ଏହି ସମିତିରେ ସଦସ୍ୟ ହୋଇନଥିଲେ ଏହା ସମସ୍ତଙ୍କ ପାଇଁ ସମ୍ମାନ ଏବଂ ଗର୍ବର ବିଷୟ ।

Leave A Reply

Your email address will not be published.

error: Content is protected !!