jayashree

ରାଉଲକେଲାରେ ଅନୁଷ୍ଠିତ ବିଶାଳ ନିର୍ବାଚନୀ ସଭାରେ ସମ୍ବୋଧନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା

ରାଉଲକେଲା, (ସସ୍ମିତା ପ୍ରଧାନ) : ଚଳିତ ସାଧାରଣ ନିର୍ବାଚନ ପରୀପ୍ରେକ୍ଷୀରେ ରାଉରକେଲାର ବିମାନ ବନ୍ଦର ନିକଟସ୍ଥ ପଡ଼ିଆରେ ଚଳିତ ମାସ ୧୭ ତାରିଖ ଦିନ ଅପରାହ୍ନ ୨ଟା ସମୟରେ ଏକ ବିଶାଳ ନିର୍ବାଚନୀ ସଭାରେ ସମ୍ବୋଧନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା । କେନ୍ଦ୍ରରେ ପୁନର୍ବାର ମୋଦୀ ସରକାର କ୍ଷମତାକୁ ଆଣିବା ସହ ଓଡ଼ିଶା ରାଜନୀତିରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣି, ରାଜ୍ୟରେ ବିଜେପି ସରକାର ଗଠନ କରିବା ପାଇଁ ସେ ଜନସାଧାରଣଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ଓ ସୁନ୍ଦରଗଡ ଜିଲ୍ଲାର ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରି ଭୋଟ ଭିକ୍ଷା କରିବେ । ଦେଶରେ ଏକ ସୃଦୃଢ଼ ଓ ଶକ୍ତିଶାଳୀ ସରକାର ଗଠନ କରିବା ସହ ରାଜ୍ୟରେ ଡବଲ୍‌ ଇଞ୍ଜିନ୍‌ ସରକାର ଗଠନ କରି ଓଡ଼ିଶାକୁ ସମୃଦ୍ଧି ଓ ପ୍ରଗତିଶୀଳ କରିବାକୁ ଜନତାଙ୍କୁ ଅପିଲ କରିବେ । ଏହି ସଭାରେ ପ୍ରାୟ ଏକ ଲକ୍ଷରୁ ଅଧିକ ବିଜେପି କର୍ମୀ ଓ ଶୁଭେଚ୍ଛୁ ରାଉଲକେଲା, ରଘୁନାଥପଲ୍ଲୀ ଓ ବୀରମିତ୍ରପୁର ବିଧାନ ସଭା କ୍ଷେତ୍ରରୁ ଯୋଗଦେବେ ବୋଲି ଜିଲ୍ଲା ମୁଖପାତ୍ର ତଥା ଲୋକସଭା ମିଡିଆ ସଂଯୋଜକ ଗଙ୍ଗାଧର ଦାଶ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.