ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : କଂଗ୍ରେସ ଦଳର ବଳିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ପତ୍ନୀ ଓ ପୁଅ ଦୁହେଁ ପଞ୍ଚାୟତ ନିର୍ବାଚନ ମଇଦାନକୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଓହ୍ଲାଇଥିବା ବେଳେ ଏବେ ପଞ୍ଚାୟତ ନିର୍ବାଚନ ତାତି ସଇଁନ୍ତଲା ବ୍ଲକ ଅଞ୍ଚଳରେରେ ଜୋର୍ ଧରିବା ଆରମ୍ଭ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଭୋଇଙ୍କ ପତ୍ନୀ ଶ୍ରୀମତୀ ମୋନିକା ସିଂ ଭୋଇ ତିନି ଥର ହେଲା ସଇଁନ୍ତଲା ବ୍ଲକ ଅଧ୍ୟକ୍ଷା ପଦବୀ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି । ଏଥର ସେମାନଙ୍କ ଉଚ୍ଚ ଶିକ୍ଷିତ ପୁଅ ସିମରନ୍ ସିଂ ଭୋଇ ଡେଙ୍ଗ ପଞ୍ଚାୟତରୁ ପ୍ରାର୍ଥୀ ହୋଇଛନ୍ତି । ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଭୋଇଙ୍କ ପତ୍ନୀ ମୋନିକା ସଇଁନ୍ତଲା ଓ ବିବିନା ପଞ୍ଚାୟତରୁ ପ୍ରାର୍ଥୀ ହୋଇଛନ୍ତି ।
Next Post