jayashree

ଜିଲ୍ଲା ୱାରି କେଉଁ ବ୍ଲକରେ କେବେ ନିର୍ବାଚନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଫେବୃୟାରୀ ୧୬ରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ଘୋଷଣା କରିଛନ୍ତି । କେଉଁ ପର୍ୟ୍ୟାୟରେ କେଉଁ ବ୍ଲକରେ ଭୋଟ୍‌ ଗ୍ରହଣ କରାଯିବ ତାହା ନିମ୍ନରେ ଉଲ୍ଲେଖ କରାଗଲା ।
ଫେବୃୟାରୀ ୧୬ : ପ୍ରଥମ ପର୍ଯ୍ୟାୟ
ଅନୁଗୋଳ ଜିଲ୍ଲାର ଅନୁଗୋଳ ଓ ବଅଁରପାଳ ବ୍ଲକ, ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ଜଳେଶ୍ୱର, ବଲାଙ୍ଗିରର ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲ, ବରଗଡ଼ ଜିଲ୍ଲାର ଝାରବନ୍ଧ, ପାଇକମାଳ, ଭଟ୍‌ଲି, ଅମ୍ବାଭୋନା, ଭଦ୍ରକର ଭଦ୍ରକ, ବନ୍ତ, ବୌଦ୍ଧ ଜିଲ୍ଲାର କଣ୍ଟାମାଳ, କଟକର ମାହାଙ୍ଗା, କଟକ ସଦର ଏବଂ ନରସିଂହପୁର ବ୍ଲକରେ ନିର୍ବାଚନ ହେବ। ସେହିପରି ଦେବଗଡ଼ର ରିଆମାଳ, ଢେଙ୍କାନାଳର ହିନ୍ଦୋଳ, ଗଁଦିଆ, ଗଜପତିର ମୋହନା, ଗଞ୍ଜାମର ସେରଗଡ଼, ହିଞ୍ଜିଳିକାଟୁ, କୁକୁଡ଼ାଖଣ୍ଡି, ଦିଗପହଣ୍ଡି ଓ ପୋଲସରା, ଜଗତ୍‌ସିଂହପୁର ଜିଲାର ବାଲିକୁଦା, ଯାଜପୁରର ଧର୍ମଶାଳା ଓ ଯାଜପୁର, ଝାରସୁଗୁଡ଼ାର ଲଇକେରା, କିରିମିରା ଓ ଝାରସୁଗୁଡ଼ା, କଳାହାଣ୍ଡିର ଗୋଲାମୁଣ୍ଡା ଓ ଜୁନାଗଡ଼, କନ୍ଧମାଳର ବାଲିଗୁଡ଼ା ଓ କେ. ନୂଆଗାଁ କେନ୍ଦ୍ରାପଡ଼ାର ଆଳି, ଡେରାବିଶ ବ୍ଲକରେ ନିର୍ବାଚନ ହେବ । ସେହିପରି କେନ୍ଦୁଝରର ଘସିପୁରା, ଘଟଗାଁ, ବାଂଶ ପାଳ, ଖୋର୍ଦ୍ଧାର ଟାଙ୍ଗୀ, ବୋଲଗଡ଼, କୋରାପୁଟର ବୋରିଗୁମ୍ମା, ଶିମିଳିଗୁଡ଼ା ଓ ବନ୍ଧୁଗାଁ, ମାଲକାନଗିରିର ମାଲକାନଗିରି, ମୟୂରଭଞ୍ଜର ଖୁଣ୍ଟା, ଜିବି ନଗର, ସାମଖୁଣ୍ଟା, ବାଙ୍ଗିରିପୋଷି, କୋଳିଆନା, ରାସଗୋବିନ୍ଦପୁର ଓ ମୋରଡ଼ା, ନବରଙ୍ଗପୁରର ଝରିଗାଁ, ଚନ୍ଦାହାଣ୍ଡି, ନୟାଗଡ଼ର ଓଡ଼ଗାଁ, ନୂଆପଡ଼ାର ନୂଆପଡ଼ା, ପୁରୀର କଣାସ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ରାୟଗଡ଼ାର ବିଷମକଟକ, ଚନ୍ଦ୍ରପୁର ଓ ମୁନିଗୁଡ଼ା, ସମ୍ବଲପୁରର ଜୁଜୁମୁରା, ରେଢ଼ାଖୋଲ, ସୁବର୍ଣ୍ଣପୁରର ଡୁଙ୍ଗୁରିପାଲି ଓ ସୁନ୍ଦରଗଡ଼ର ବାରଗଁ, କୁଆଁରମୁଣ୍ଡା, ଲାଠିକଟା ଓ ବଣାଇଗଡ଼ ବ୍ଲକ ।
ଫେବୃୟାରୀ ୧୮ : ଦ୍ୱିତୀୟ ପର୍ୟ୍ୟାୟ
ଅନୁଗୋଳ ଜିଲାର ଛେଣ୍ଡିପଦା, କଣିହାଁ, ବାଲେଶ୍ୱରର ବସ୍ତା, ବାଲିଆପାଳ, ବଲାଙ୍ଗିରର ଆଗଲପୁର, ଲୋଇସିଂହା, ପୁଇଁନ୍ତଳା, ବରଗଡ଼ ଜିଲ୍ଲାର ରାଜବୋରାସମ୍ବର, ଗାଇସିଲଟ, ଅତାବିରା, ଭଦ୍ରକର ଭଣ୍ଡାରିପୋଖରୀ, ଚାନ୍ଦବାଲି, ବୌଦ୍ଧର ବୌଦ୍ଧ, କଟକର ନିଶ୍ଚିନ୍ତକୋଇଲି, ବାରଙ୍ଗ ଓ ବଡ଼ମ୍ବା, ଦେବଗଡ଼ର ବାରକୋଟ, ଢେଙ୍କାନାଳର ଓଡ଼ପଡ଼ା, ଢେଙ୍କାନାଳ, ଗଜପତିର ନୂଆଗଡ଼ା, ଆର୍‌. ଉଦୟଗିରି, ଗଞ୍ଜାମର ସୋରଡ଼ା, ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି, ଚିକିଟି, ବୁଗୁଡ଼ା, ଜଗତ୍‌ସିଂହପୁରର ଜଗତ୍‌ସିଂହପୁର, ଯାଜପୁରର ଦଶରଥପୁର, ବଡ଼ଚଣା, ଝାରସୁଗୁଡ଼ାର କୋଲାବିରା ଓ ଲଖନପୁର ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି କଳାହାଣ୍ଡିର ନର୍ଲା, ଏମ୍‌. ରାମପୁର, କର୍ଲାମୁଣ୍ଡା, କନ୍ଧମାଳର କୋଟଗଡ଼, ତୁମୁଡ଼ିବନ୍ଧ, କେନ୍ଦ୍ରାପଡ଼ାର ରାଜକନିକା, ମାର୍ଶାଘାଇ, କେନ୍ଦୁଝରର ହରିଚନ୍ଦନପୁର, ତେଲକୋଇ, ଖୋର୍ଦ୍ଧାର ବାଣପୁର, ବେଗୁନିଆ, କୋରାପୁଟର କୋରାପୁଟ, ଜୟପୁର ଓ ପଟାଙ୍ଗି, ମାଲକାନଗିରିର କୋରୁକୋଣ୍ଡା, ଖଇରପୁଟ, ମୟୂରଭଞ୍ଜର କପ୍ତିପଦା, ବେତନଟି, ଶୁଳିଆପଦା, ସାରସକଣା, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନୟାଗଡ଼ର ରଣପୁର, ନୂଆପଡ଼ାର କୋମନା, ପୁରୀର ନିମାପଡ଼ା, ଗୋପ, ରାୟଗଡ଼ାର ଗୁଣୁପୁର, ରାମନାଗୁଡ଼ା, ସମ୍ବଲପୁରର ମାନେଶ୍ୱର, ନାକଟିଦେଉଳ, ସୁବର୍ଣ୍ଣପୁରର ବିନିକା, ସୋନପୁର ଓ ସୁନ୍ଦରଗଡ଼ର ସବ୍‌ଡେଗା, କୁଟୁରା, ନୂଆଗାଁ, ବିଶ୍ରା ବ୍ଲକ ।
ଫେବୃୟାରୀ ୨୦: ତୃତୀୟ ପର୍ଯ୍ୟାୟ
ଅନୁଗୋଳ ଜିଲାର ଆଠମଲ୍ଲିକ, ପାଲଲହଡ଼ା, ବାଲେଶ୍ୱରର ଖଇରା, ସୋର, ଶିମୁଳିଆ, ବଲାଙ୍ଗିରର ବଙ୍ଗୋମୁଣ୍ଡା, ତୁରିକେଲା, ମୁରିବାହାଲ, ବରଗଡ଼ର ବରପାଲି, ବିଜେପୁର, ଭେଡେନ, ଭଦ୍ରକର ତିହିଡ଼ି, ବୌଦ୍ଧର ହରଭଙ୍ଗା, କଟକର ସାଲେପୁର, କଣ୍ଟାପଡ଼ା ଓ ତିଗିରିଆ, ଦେବଗଡ଼ର ତିଲେଇବଣି, ଢେଙ୍କାନାଳର ପରଜଙ୍ଗ, କାମାକ୍ଷାନଗର, ଗଜପତିର ରାୟଗଡ଼ା, ଗଞ୍ଜାମର ଧରାକୋଟ, ଛତ୍ରପୁର, ଗଞ୍ଜାମ, ପାତ୍ରପୁର ଓ ବେଲଗୁଣ୍ଠା, ଜଗତ୍‌ସିଂହପୁରର ତିର୍ତ୍ତୋଲ, ବିରିଡ଼ି, ଯାଜପୁରର ବିଞ୍ଝାରପୁର, କୋରେଇ, କଳାହାଣ୍ଡିର ଧର୍ମଗଡ଼, କୋକସରା, ଜଇପାଟଣା, କନ୍ଧମାଳର ଫୁଲବାଣୀ, ଫିରିଙ୍ଗିଆ, ଖଜୁରିପଡ଼ା, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ରାଜନଗର, କେନ୍ଦୁଝରର ହାଟଡ଼ିହି, ଝୁମ୍ପୁରା ଓ ଆନନ୍ଦପୁର, ଖୋର୍ଦ୍ଧାର ଚିଲିକା, ଖୋର୍ଦ୍ଧା, କୋରାପୁଟର ନନ୍ଦପୁର, କୁନ୍ଦ୍ରା, ଲକ୍ଷ୍ମୀପୁର, ମାଲକାନଗିରିର ମାଥିଲି, ପଡ଼ିଆ, ମୟୂରଭଞ୍ଜର ବଡ଼ସାହି, ଉଦଳା, ନବରଙ୍ଗପୁରର କୋସାଗୁମୁଡ଼ା, ନବରଙ୍ଗରପୁର, ନୟାଗଡ଼ର ନୟାଗଡ଼, ନୂଆପଡ଼ାର ଖଡ଼ିଆ, ପୁରୀର ସତ୍ୟବାଦୀ, ପୁରୀ ସଦର, ରାୟଗଡ଼ାର କାଶୀପୁର, କଲ୍ୟାଣସିଂହପୁର,ସମ୍ବଲପୁରର ଜମନକିରା ଓ ରେଙ୍ଗାଳି, ସୁବର୍ଣ୍ଣପୁରର ତରଭା, ସୁନ୍ଦରଗଡ଼ର ବାଲିଶଙ୍କରା, ରାଜଗାଙ୍ଗପୁର ଓ କୋଇଡା ବ୍ଲକ ।
ଫେବୃୟାରୀ ୨୨ : ଚତୁର୍ଥ ପର୍ୟ୍ୟାୟ
ଅନୁଗୋଳ ଜିଲ୍ଲାର କିଶୋରନଗର, ତାଳଚେର, ବାଲେଶ୍ୱରର ବାହାନଗା, ଔପଦା, ନୀଳଗିରି, ବଲାଙ୍ଗିରର ବଲାଙ୍ଗୀର, ଗୁଡ୍‌ଭେଲା, ଦେଓଗାଁ, ବରଗଡ଼ ଜିଲ୍ଲାର ସୋହେଲା, ଭଦ୍ରକର ବାସୁଦେବପୁର, କଟକର ଟାଙ୍ଗୀ-ଚୌଦ୍ୱାର, ଆଠଗଡ଼, ବାଙ୍କୀ-ଡମପଡ଼ା, ଢେଙ୍କାନାଳର କଙ୍କଡ଼ାହାଡ଼, ଭୁବନ, ଗଜପତିର ଗୁମା, କାଶୀନଗର, ଗଞ୍ଜାମର ଖଲ୍ଲିିକୋଟ, ପୁରୁଷୋତ୍ତମପୁର, ଜଗନ୍ନାଥ ପ୍ରସାଦ, କେ.ଏସ୍‌. ନଗର, ଜଗତ୍‌ସିଂହପୁରର ରଘୁନାଥପୁର ଓ କୁଜଙ୍ଗ ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଯାଜପୁରର ସୁକିନ୍ଦା, ଦାନଗଦି, କଳାହାଣ୍ଡିର ଭବାନୀପାଟଣା, ଲାଞ୍ଜିଗଡ଼, କନ୍ଧମାଳର ଜି. ଉଦୟଗିରି, ଚକାପାଦ, ଟିକାବାଲି, କେନ୍ଦ୍ରାପଡ଼ାର କେନ୍ଦ୍ରାପଡ଼ା, ଗରଦପୁର, କେନ୍ଦୁଝରର ପାଟଣା, ଚମ୍ପୁଆ ଓ ଯୋଡ଼ା, ଖୋର୍ଦ୍ଧାର ବାଲିପାଟଣା ଓ ଭୁବନେଶ୍ୱର, କୋରାପୁଟର କୋଟପାଡ଼, ଦଶମନ୍ତପୁର, ନାରାୟଣପାଟଣା, ମାଲକାନଗିରିର କାଲିମେଳା, ମୟୂରଭଞ୍ଜର ଜାମ୍‌ଦା, ବାହାଲଦା, ତିରିଙ୍ଗି, ରାଇରଙ୍ଗପୁର, ଯଶିପୁର, ରରୁଁଆ ଓ ଶୁକ୍ରୁଳି, ନବରଙ୍ଗପୁରର ପାପଡ଼ାହାଣ୍ଡି, ଡାବୁଙ୍ଗା, ନୟାଗଡ଼ର ନୂଆଗାଁ, ଦଶପଲ୍ଲା, ଗଣିଆ, ନୂଆପଡ଼ାର ସିନାପାଲି, ପୁରୀର ଡେଲାଙ୍ଗ, ପିପିଲି, ରାୟଗଡ଼ାର ରାୟଗଡ଼ା, କୋଲନରା, ସମ୍ବଲପୁରର ବାମରା, ଧନକଉଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ସୁନ୍ଦରଗଡ଼ର ଲେଫ୍ରିପଡ଼ା, ତେଲେଙ୍ଗିରି, ଲହୁଣିପଡ଼ା ବ୍ଲକ ।
ଫେବୃୟାରୀ ୨୪ : ପଞ୍ଚମ ପର୍ଯ୍ୟାୟ
ବାଲେଶ୍ୱର ଜିଲାର ରେମୁଣା, ବାଲେଶ୍ୱର, ବଲାଙ୍ଗୀରର ସଇଁତଳା, ଟିଟିଲାଗଡ଼, ବରଗଡ଼ ଜିଲ୍ଲାର ବରଗଡ଼ ବ୍ଲକ, ଭଦ୍ରକର ଧାମନଗର, କଟକର ନିଆଳି, ବାଙ୍କୀ, ଗଜପତିର ପାରଳାଖେମୁଣ୍ଡି(ଗୋସାଣି), ଗଞ୍ଜାମର ବେଗୁନିଆପଡ଼ା, ଆସିକା, ଭଞ୍ଜନଗର, ଜଗତ୍‌ସିଂହପୁରର ନାଉଗାଁ, ଏରସମା, ଯାଜପୁରର ବରୀ, ରସୁଲପୁର, କଳାହାଣ୍ଡିର ପି.ଏଚ୍‌. ରାମପୁର, କଲମପୁର, କେସିଙ୍ଗା, କନ୍ଧମାଳର ଦାରିଙ୍ଗିବାଡ଼ି, ରାଇକିଆ, କେନ୍ଦ୍ରାପଡ଼ାର ମହାକାଳପଡ଼ା, କେନ୍ଦୁଝରର କେନ୍ଦୁଝର, ସହରପଦା, ଖୋର୍ଦ୍ଧାର ବାଲିଅନ୍ତା, ଜଟଣୀ, କୋରାପୁଟର ବୈପାରିଗୁଡ଼ା, ଲମତାପୁଟ, ମାଲକାନଗିରିର ଚିତ୍ରକୁଣ୍ଡା, ମୟୂରଭଞ୍ଜର କୁସୁମୀ, ବିଶୋଇ, ବିଜାତଳା, ଠାକୁରମୁଣ୍ଡା ଓ କରଞ୍ଜିଆ, ନବରଙ୍ଗପୁରର ରାଇଘର, ଉମରକୋଟ, ନୟାଗଡ଼ର ଖଣ୍ଡପଡ଼ା, ଭାପୁର, ନୂଆପଡ଼ାର ବୋଡେନ, ପୁରୀର କାକଟପୁର, ଅସ୍ତରଙ୍ଗ, ରାୟଗଡ଼ାର ପଦ୍ମପୁର, ଗୁଡ଼ାରି,ସମ୍ବଲପୁରର କୁଚିଣ୍ଡା, ସୁବର୍ଣ୍ଣପୁରର ଉଲୁଣ୍ଡା, ସୁନ୍ଦରଗଡ଼ର ସଦର ଏସ୍‌ଏସଏନଜି, ଟାଙ୍ଗରପାଲି ଓ ଗୁରୁଣ୍ଡିଆ ବ୍ଲକ ।

Leave A Reply

Your email address will not be published.