oom

ଦଶ ବଛର ଉତରୁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ କେ ଫିର୍‌ଲା ବିଜେଡି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶ ବଛର ଉତରୁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ କେ ଫିର୍‌ଲା ବିଜେଡି । ୨୦୧୪ ଆର୍‌ ୨୦୧୯ ନିର୍ବାଚନ ଥି ନିଜର୍‌ ଦବ୍‌ଦବା ଥି ଜିତିଥିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ୨୦୧୪ ତକ୍‌ ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କର୍‌ ହାତେ ଥିଲା ବଲାଙ୍ଗିର ବିଧାୟକ ଆସନ । ଏନ୍ତାକି ଅନଙ୍ଗ ଉଦୟ ବିଜେଡି ମନ୍ତ୍ରୀମଣ୍ଡଳ ଥି ଗୁରୁତ୍ୱପୂର୍ଣ୍ଣ ବିଭାଗ ନେ ମନ୍ତ୍ରୀ ବି ହେଇଥିଲେ । ନବୀନ ପଟ୍ଟନାୟକଙ୍କର୍‌ ପରମ୍‌ ବନ୍ଧୁ ଭାବେ ବି ଗୁଟେ ସମିଆଁ ଥି ତାଙ୍କର ଖୋବ୍‌ ଦବ୍‌ଦବା ବି ଥିଲା । ୨୦୧୪ ନିର୍ବାଚନ ଥି କଂଗ୍ରେସ ହାତ୍‌କେ ପଲେ‌ଇ ଯାଇଥିଲା ବଲାଙ୍ଗିର ବିଧାୟକ ଆସନ । ୨୦୧୯ ନିର୍ବାଚନ ଥି ଅନଙ୍ଗ ଉଦୟଙ୍କର୍‌ ସାନ୍‌ ପଉଓ ଅର୍କେଶ ନାରାୟଣ ସିଂହଦେଓ ବଲାଙ୍ଗିର ବିଧାୟକ ଆସନ ଲାଗି ବିଜେଡି ଆଡୁ ପ୍ରତିଦ୍ୱନ୍ଦିତା କରି ନରସିଂହ ମିଶ୍ରଙ୍କର୍‌ ଠାନୁ ପରାଜିତ ହେଇଥିଲେ । ଇ ଖେପିର୍ ନିର୍ବାଚନ ଥି ନରସିଂହ ମିଶ୍ର ଅଏଧ୍‌କା ବଏସ୍‌ ଲାଗି ନିର୍ବାଚନ ଲଢ୍‌ବାର୍ ନୁଁ ଦୂରେଇ ଗଲା ଉତରୁ ଗଲା ନିର୍ବାଚନ ଥି ବଲାଙ୍ଗିର ଏମ୍‌ପି ସିଟ୍ ଲାଗି ଲଢି କରି ପରାଜିତ ହେଇଥିବାର ତାଙ୍କର୍‌ ପୁଓ ସମରେନ୍ଦ୍ର ମିଶ୍ର କଂଗ୍ରେସ ଆଡୁ ବଲାଙ୍ଗିର ବିଧାୟକ ଆସନ ଲାଗି ନିର୍ବାଚନ ମଏଦାନ୍‌ କେ ଉତ୍‌ରିଲେ ଫୁଲ୍‌‌ ପ୍ରିପାଏରେସନ୍ ହେଇକରି । ଆର୍‌ଗୁଟେ ଫାଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦେଓଙ୍କର୍ ପୁଓ, ଯେ କି ଥରେ ବିଧାୟକ ଆର୍‌ ଦୁଇ ଥର୍ ସାଂସଦ ଭାବେ ନିର୍ବାଚିତ ହେଇଥିଲେ, କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗିର ବିଧାୟକ ଆସନ ଲାଗି ପ୍ରତିଦ୍ୱନ୍ଦିତା କଲେ । ଇ କଥା ମାନ୍‌ବାର୍ କେ ପଡ୍‌ବା ଯେ, ଇ ଥର ବଲାଙ୍ଗିର ନିର୍ବାଚନ ମଏଦାନ୍‌ ଦେଖ୍‌ବାର୍‌ ଲାଏଖ୍‌ ଥିଲା । କଂଗ୍ରେସ ଆର୍‌ ବିଜେଡି ପ୍ରାର୍ଥୀଙ୍କର୍ ଭିତରେ କଥା କଟାକୁଟି, ଘିଚାଟନା ସାଙ୍ଗେ ହାଇ ପ୍ରୋଫାଇଲ୍ ପ୍ରଚାର ଥି ନିର୍ବାଚନ ମଣ୍ଡଳୀ ଉଠୁଥିଲା ପଡୁଥିଲା । କଡ଼ା ଟକ୍କର ଥି ମତଦାନ ସର୍‌ଲା । ଫଲାଫଲ୍ ବାହାରିବାର୍‌ ତକ୍‌ ଦୁହି ପକ୍ଷ ସିଓର୍‌ ଥିଲେ ଜିତ୍‌ କେ ନେଇକରି । ହେଲେ କଂଗ୍ରେସ ପ୍ରାର୍ଥୀଙ୍କୁ ହାର୍‌ବାର୍‌କେ ପଡ୍‌ଲା । ଜିତିଥିଲେ ବିଜେଡି ପ୍ରାର୍ଥୀ କଳିକେଶ । ୧୦ ବଛର୍‌ ଉତ୍‌ରୁ ବଲାଙ୍ଗିର ବିଧାୟକ ଆସନ ଫିରି ପାଇଛେ ବିଜେଡି ।

jittmm
Leave A Reply

Your email address will not be published.