ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ବାଜିମାତ୍‌ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ବାଜିମାତ୍‌ କଲେ କଳିକେଶ । ବିଜେଡ଼ି ସମୁଦାୟ ୮୪୮୬୭ ଖଂଡ଼ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ୭୧୪୧୭ ଖଂଡ଼ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ଗୋପାଳଜୀଙ୍କୁ ମିଳିଛି ୨୪୬୬୯ ଭୋଟ୍‌ । ତେବେ ପ୍ରଥମ ୧୦ ରାଉଣ୍ଡରେ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ଲିଡ଼୍‌ କରି ଚାଲିଥିଲେ । ୧୧ ନମ୍ବର ରାଉଣ୍ଡରୁ ଟ୍ରେଣ୍ଡ୍‌ ପରିବର୍ତ୍ତନ ହୋଇଥିଲା ଏବଂ ଶେଷରେ ବିଜୟୀ ହୋଇଛନ୍ତି କଳିକେଶ ନାରାୟଣ ସିଂହଦେଓ । ବଲାଙ୍ଗିର ବିଜେଡ଼ି ଶିବିରରେ ଉତ୍ସାହର ମାହୋଲ୍‌ ଦେଖିବାକୁ ମିଳିଛି ।

Leave A Reply

Your email address will not be published.