ଓଡିଶା ଜୈନ ଶ୍ୱେତାମ୍ବର ତେରାପନ୍ଥ ସଭାର ନିର୍ବାଚନ : ମନୋଜ ହେଲେ ଅଧ୍ୟକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ତେରାପନ୍ଥ ଭବନ ଠାରେ ମଙ୍ଗଳବାର ଓଡିଶା ଜୈନ ଶ୍ୱେତାମ୍ବର ତେରାପନ୍ଥ ସଭାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜୈନ ଧର୍ମର ଶ୍ରମଣୀ ନିର୍ଦ୍ଦେଶିକା ଜିନ ପ୍ରଜ୍ଞାଜୀ ଓ ଶ୍ରବଣୀ କ୍ଷତି ପ୍ରଜ୍ଞାଜୀଙ୍କ ଦ୍ୱାରା ନମସ୍କାର ମହାମନ୍ତ୍ର ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଶ୍ୱେତାମ୍ବର ତେରାପନ୍ଥ ସଭାର ଅଧ୍ୟକ୍ଷ ମୁକେଶ କୁମାର ଜୈନଙ୍କ ସଭାପତିତ୍ୱରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ ଅନୁପ ଜୈନ ଓ କୋଷାଧ୍ୟକ୍ଷ ସୁଦର୍ଶନ ଜୈନ ୨ ବର୍ଷର ଆୟବ୍ୟୟର ହିସାବ ଦେଇଥିଲେ । ଅଧ୍ୟକ୍ଷ ପଦବୀ ପାଇଁ ଦୁଇ ଜଣ ପ୍ରାର୍ଥୀ ଥିବାରୁ ନିର୍ବାଚନ ଅଧିକାରୀ ନରେନ୍ଦ୍ର ଜୈନଙ୍କ (ସିଏ) ଉପସ୍ଥିତରେ ମତଦାନ ଆରମ୍ଭ ହୋଇଥିଲା । ମୋଟ ୩୭୧ଜଣ ଭୋଟର ରହିଥିବା ବେଳେ ୧୫୩ ଜଣ ମତଦାନ କରିଥିଲେ । ମନୋଜ କୁମାର ଜୈନଙ୍କୁ ୯୧ ଖଣ୍ଡ ଭୋଟ ମିଳିଥିବା ବେଳେ ଗୋବିନ୍ଦ ଜୈନଙ୍କୁ ୬୦ ଖଣ୍ଡ ଭୋଟ ମିଳିଥିଲା । ୨ଟି ଭୋଟ ନାକଚ ହୋଇ ଥିବା ବେଳେ ମନୋଜଙ୍କୁ ଅଧ୍ୟକ୍ଷ ଭାବେ ବିଜୟୀ ହୋଇ ଥିବା ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ । ଆଗାମୀ ଦିନରେ ଜୈନ ଧର୍ମ ଓ ସଂଘ ପାଇଁ ସବୁ ପ୍ରକାରର କାର୍ଯ୍ୟ କରିବି ବୋଲି ନୂତନ ଭାବେ ନିର୍ବାଚିତ ଅଧ୍ୟକ୍ଷ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଆଞ୍ଚଳିକ ପ୍ରଭାରୀ ଛତ୍ରପାଳ ଜୈନ, ସାଧାରଣ ସମ୍ପାଦକ ସୁନୀଲ ଜୈନ, କୋଷାଧ୍ୟକ୍ଷ ସୁଦର୍ଶନ ଜୈନ, ମହାସଭାର କାର୍ଯ୍ୟକାରିଣୀ ସଦସ୍ୟ ଭୂପେନ ଜୈନ, ଯୁବରାଜ ଜୈନ, ବଲାଙ୍ଗିର ସଭା ଅଧ୍ୟକ୍ଷ ଧୂବ ଜୈନ, ତୁଷୁରା ସଭାର ଅଧ୍ୟକ୍ଷ ଅଶୋକ ଜୈନ, ସାୱରିଆ ଜୈନ, ଗଣେଶ ଜୈନ, ସଂଞ୍ଜୟ ଜୈନ ଆଦି ସହ ଟିଟିଲାଗଡ, ତୁଷୁରା, ସିନ୍ଧେକେଲା, ବଙ୍ଗୋମୁଣ୍ଡା, ନବରଙ୍ଗପୁର, ରାୟଗଡା, କେସିଙ୍ଗା, ସଇଁତଲା ଆଦି ଗ୍ରାମର ବହୁ ଜୈନ ଧର୍ମାବଲମ୍ବୀ ଲୋକମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.