ଶୀତଳ ଯୁଦ୍ଧ ସହ ଛତ୍ରପୁର ପ୍ରେସକ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରରୁ ପ୍ରତିନିଧିତ୍ୱ କରୁଥିବା ବହୁ ଦକ୍ଷତା ସମ୍ପନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗଠିତ ଛତ୍ରପୁର ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ଶୃଙ୍ଖଳିତ ଭାବେ ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି । ଏହି ନିର୍ବାଚନ ନିମନ୍ତେ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଦୀର୍ଘ ୧୫ ଦିନଧରି ଶୀତଳ ଯୁଦ୍ଧ ଲାଗି ରହିଥିଲା ବୋଲି ସାଧାରଣରେ କୁହାଯାଏ । ତୀବ୍ର ପ୍ରତିଦ୍ୱନ୍ଦିତାର ସହ ଘାମାଘୋଟ ଲଢେ଼ଇ ସ୍ୱରୂପ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଛତ୍ରପୁର ସହର ପାଇଁ ଏହା ଏକ ଚର୍ଚ୍ଚିତ ଇତିହାସ ସୃଷ୍ଟି କରିଛି ।

ମଙ୍ଗଳବାର ଅନୁଷ୍ଠିତ ଛତ୍ରପୁର ପ୍ରେସକ୍ଲବର ପ୍ରମୁଖ ପ୍ରାର୍ଥୀଙ୍କ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଛି । ସଭାପତି ଭାବେ ରବିନ୍ଦ୍ରନାଥ ପଣ୍ଡା, ଉପ-ସଭାପତି ଭାବେ ସନ୍ତୋଷ କୁମାର ମିଶ୍ର, ସମ୍ପାଦକ ଭାବେ ସନ୍ତୋଷ କୁମାର ପାଢ଼ୀ ଏବଂ ସରୋଜ ସାମଲ, ସହ-ସମ୍ପାଦକ ଭାବେ ଦେବବ୍ରତ ପଣ୍ଡା, କୋଷାଧ୍ୟକ୍ଷ ଭାବେ ବିନା ପ୍ରତିଦ୍ବନ୍ଦିତାରେ ସଂସଦର ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ମହାନ୍ତି ଶୃଙ୍ଖଳିତ ଭାବେ ନିର୍ବାଚନ ପରିଚାଳନା କରିଥିଲେ । ସଂସଦର ବରିଷ୍ଠ ସଦସ୍ୟ ରବିନ୍ଦ୍ର କୁମାର ପଣ୍ଡା, ଅଶୋକ ରଥ, ଅମିତ ରାଉଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.