କିଡନୀ ରୋଗରେ ଘାଇଲା ୫ ବର୍ଷର ପିଲା, ସହାୟତା ପାଇଁ ପ୍ରଶାସନ ଠାରେ ଗୁହାରି : ଶୁଣିଲେଣି ବ୍ଲକ ପ୍ରଶାସନ, ନିରାଶ ହୋଇ ଫେରିଲେ ଘରକୁ ପରିବାର ଲୋକେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବାପା ଓ ମା’ ଅନେକ ଖୁସି ହୁଅନ୍ତି ଯେଉଁ ସମୟରେ ଘରେ ପୁଅ ବା ଝିଅଟିଏ ଜନ୍ମ ନେଇଥାଏ । ତେବେ ଯେତେବେଳେ ସେ ବଡ ହୁଏ, ବାପା ମା’ ଚିନ୍ତା କରନ୍ତି ଭଲ ପାତ୍ର ଟିଏ ମଳିିଲେ ସେହି ସ୍ଥାନରେ ବାହା କରାଇବେ । ଅନେକ ଆଶା ଓ ଆକାଂକ୍ଷା ନେଇ ଜୀବନରେ ଅର୍ଜିତ ଯେତେ ଧନ ସମ୍ପତ୍ତି ଝିଅ ବାହା ଘରରେ ସାରି ଦିଅନ୍ତି । କିନ୍ତୁ କେତେକ ସ୍ଥଳରେ ଏମିତି ହୁଏ, ସଂସାର ଗଢିବା ପାଇଁ ପାଦ ବଢେ଼ଇଥିବା ଝିଅକୁ ତା’ ସ୍ୱାମୀ ହାତ ଛାଡ଼ି ଦିଏ ଓ ଝିଅଟି ଏକା ଏକା ଜୀବନ ବିତାଇଏ ସଂସାରର ଯାବତୀୟ କଷଣକୁ ମୁଣ୍ଡରେ ବୋହି । ତେବେ ଏଭଳିି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଡୁଙ୍ଗୁରିପାଲି ପଂଚାୟତ ସାଉନ୍ତଉପେର ଗ୍ରାମରେ । ସୁରେନ୍ଦ୍ର ବାରିକ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି । ଲୋକଙ୍କ ଚୁଟି କାଟି ପରିବାର ପ୍ରତିପୋଷଣ କରିଥାଆନ୍ତି । ସେ କଲାହାଣ୍ଡି ଜିଲ୍ଲା ନର୍ଲା ଗ୍ରାମରେ ଜଣେ ପୁଅ ସହ ବାହା କରାଇଥିଲେ ତାଙ୍କ ଝିଅକୁ । ରୀତିନୀତି ଅନୁସାରେ ଅନେକ ଯୈ÷ାତୁକ ଦେଇ ଝିଅକୁ ବାହା କରାଇଥିଲେ । ହେଲେ ଯୈ÷ାତୁକ ଡିମାଣ୍ଡ କରିଥିଲେ ତାଙ୍କ ଶାଶୁ ଘର ଲୋକେ । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ତେବେ ପରିବାର ଲୋକେ ଥାନା ଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ଦୈାଡିଲେ । କିନ୍ତୁ ଜ୍ୱାଇଁ ଶେଷ କଥା କୋର୍ଟ ଆଗରେ କହିଥିଲା, ମୁଁ ଏହି ଝିଅକୁ ରଖିବି ନାହିଁ ଓ ମତେ ଜେଲ ହେଲେ ବି କିଛି ଭୟ ନାହିଁ । କିଛି ଦିନ ପରେ ତାର ସ୍ତ୍ରୀକୁ ଛାଡି ଦେଇ ଅନ୍ୟ କୁଆଡେ ଚାଲି ଗଲା । ଫଳରେ ଏବେ ସେହି ଝିଅଟି ବାପା ମା’ର ଭରସାରେ ଜୀବନ ବିତାଉଛି । ସେହି ଝିଅର ୫ ବର୍ଷର ଗୋଟିଏ ପୁଅ ମଧ୍ୟ ଅଛି ତା ସହ । ଏବେ ସେ ମା’ ସହ ରହୁଛି । ହେଲେ କୁନି ପିଲାର ମୁହଁରୁ ଏବେ ହସ ଛଡାଇ ନେଇ ଯାଇଛି ତାର ନିର୍ଦୟ ବାପା । ବାପାର ସେହ୍ନ ଓ ଆଦର ଟିକିଏ ମଧ୍ୟ ପାରି ପାରିନଥିବା ବେଳେ ସେହି ନିରୀହ ବାଳକ ତୁଷାର ବାରିକ(୫) ଗତ ବର୍ଷ ଟ୍ୟୁମର ରୋଗରେ ଆକ୍ରାନ୍ତ ହେବା ପରେ ତାର ଗୋଟିଏ ପଟର କିଡ଼ନୀ ନଷ୍ଟ ହୋଇଯାଇଛି । ସେ ଏବେ ଗୋଟିଏ କିଟନୀରେ ଜୀବନ ବିତାଉଥିବା କୁହନ୍ତି ତାର ପରିବାର ଲୋକେ । କେତେବେଳେ କେଉଁ ଘଟଣା ଘଟିବ ଓ ସଂପୂର୍ଣ୍ଣ ଭାବେ ଦୁନିଆଁ ଦେଖି ନଥିବା କୁନି ପିଲାର ଜୀବନ ଚାଲିଯିବ, ତାହା କାହାକୁ ମଧ୍ୟ ଜଣା ନାହିଁ । ତାର ଅଜା ସୁରେନ୍ଦ୍ର ଧାର କରଜ କରି କୁନି ପିଲାର ଚିକିତ୍ସା କରିଥିଲେ । ହେଲେ ଏବେ କୁନି ପିଲାଟି ଭଲ ହେବା ପାଇଁ ହେଲେ ଆଉ ଟଙ୍କା ଦରକାର । କିନ୍ତୁ ଅର୍ଥ ସାଜିଛି ବାଧକ ପିଲାର ଚିକିତ୍ସା ପାଇଁ । ସହାୟତ ପାଇଁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇ ଗୁହାରି କରୁିଛନ୍ତି ପରିବାର ଲୋକେ । କିନ୍ତୁ ନିରାଶ ହେବାକୁ ପଡ଼ିଛି ସେମାନଙ୍କୁ । ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କ ଚିକିତ୍ସା ପାଇଁ ଅନେକ ଯୋଜନା ରହିଥିବା ବେଳେ ସହାୟତା ମଧ୍ୟ କରାଯାଉଛି । କିନ୍ତୁ ଏହି ୫ ବର୍ଷର ପୁଅ ପାଇଁ ସରକାର ସହାୟତ ମିଲପାରିବ ନାହିଁ କି ବୋଲି ବୁଦ୍ଧୀଜିବୀ ମହଲରେ ପ୍ରଶ୍ନ ଉଠିଛି । ଏନେଇ ସଇଁନ୍ତଲା ବିଡିଓ ଦେବାଶିଷ ସାମଲଙ୍କୁ ପଚାରିବାରୁ ସେ କହିଛନ୍ତି, ପରିବାର ଲୋକେ ସହାୟତା ପାଇଁ ଆକୁଳ ନିବେଦନ କରିଥିଲେ । ଅଥଚ ବ୍ଲକ ପ୍ରଶାସନ ପକ୍ଷରୁ ଏହି ୫ ବର୍ଷର ପୁଅ ପାଇଁ କୈାଣସି ସହାୟତା ମିଳି ପାରିବ ନାହିଁ । ତେବେ ପରିବାର ଲୋକେ ବଲାଙ୍ଗିର ଜିଲ୍ଲାପାଳଙ୍କ ଠାରେ ଜଣାନ୍ତୁ ବୋଲି ସେ କହିଛନ୍ତି । ତେବେ ରାଜ୍ୟ ସରକାର ଦୃଷ୍ଟି ଦେଇ ଏହି କୁନି ପିଲାକୁ ସହାୟତା ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.