ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ଯୋଗିସର୍ଡା କ୍ଲଷ୍ଟରର ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟରେ ସିଆର୍ସିସି ସୁରେଶ ଚନ୍ଦ୍ର ଭୋଇଙ୍କ ତତ୍ତ୍ଵାବଧାନରେ ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଇଓ ରୀନାକୁମାରୀ ବେହେରା ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଲିଲିମା ବେହେରା ଯୋଗ ଦେଇଥିବା ବେଳେ ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଡୋଳାମଣି ସାହୁ ଓ ବାଦିବାହାଲ ନୋଡାଲ ଉଚ୍ଚ ବିଦ୍ୟାଳୟର ବେଲାରସେନ ସାହୁ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବେହେରାଙ୍କ ଦ୍ଵାରା ନିପୁଣ ଓଡ଼ିଶା ଲୋଗୋ ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶହେ ଜଣ ଛାତ୍ରଛାତ୍ରୀ ପ୍ରାୟ ୧୨୦ଟି ମୌଳିକ ଭାଷା ଓ ମୌଳିକ ସଂଖ୍ୟାଜ୍ଞାନ ଟିଏଲ୍ଏମ୍ ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀ କିଭଳି ଉପକରଣ ମାଧ୍ୟମରେ ଭାଷାଜ୍ଞାନ ଓ ଅଙ୍କଶିକ୍ଷା ଲାଭ କରିପାରିବେ, ସେନେଇ ଅତିଥିଗଣ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଜିଏସ୍ ଡୁଙ୍ଗୁରିପାଲି ସିଆର୍ସିସି ନିତ୍ୟାନନ୍ଦ ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ଡୋଳାମଣି ସାହୁ ଶପଥ ପାଠ କରାଇଥିଲେ । ଶିକ୍ଷକ ବେଲାରସେନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Next Post