oom

ପାଇକମାଲ ବ୍ଲକ ସ୍ତରୀୟ ନିପୁଣ ମେଳା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ ନିପୁଣ ମେଳା ବ୍ରାହ୍ମଣଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଇଓ ଚୁଡାମଣି ବାରିକଙ୍କ ସଭାପତିତ୍ୱରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଇକମାଲ ବିଡିଓ ପ୍ରଫୁଲ କୁମାର ଓଦୁ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଞ୍ଜିବ ବରିହା, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ଛେତଗାଁ ସରପଞ୍ଚ ବନିତା ମହାନନ୍ଦ, ଝାରବନ୍ଧ ବିଇଓ ଶୁଭମ କୁମାର ପତି, ଏବିଇଓ ଧଳେନ୍ଦ୍ର ବାରିକ, ରାଧେଶ୍ୟାମ ମେହେର, ହୃଦାନନ୍ଦ ବାରିକ, ଟାଇଲ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ମହାଦେବ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଲିଙ୍ଗରାଜ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରସନ୍ନ ବେହେରା, ପ୍ରେମାନନ୍ଦ ବାରିକ, ହୃଦାନନ୍ଦ ଭୋଇ ସମ୍ବଳ ବ୍ୟକ୍ତି ଭାବେ ଯୋଗଦାନ କରି ଅଭିଭାବକ ଓ ଶିକ୍ଷକ ମାନଙ୍କ ସହ ଆଲୋଚନ କରିଥିଲେ । ପାଇକମାଲ ବ୍ଲକର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକ ଯୋଗଦାନ କରି ବିଭିନ୍ନ ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସମେତ ବିଦ୍ୟାଳୟର ଅମିତା ଦଶ, ଆଶାଲତା ଭୋଇ, ସସ୍ମିତା ଭୋଇ, ସେତାରାମ ବରିହା ଶିକ୍ଷକ, ଶିକ୍ଷୟତ୍ରୀ ତଥା ଭୋଜରାଜ ଭୋଇ, ଚୈତନ୍ୟ ଭୋଇ, କର୍ଣ୍ଣ ବାଗ, ଯଦୁମଣି ଭୋଇ, ସୁନ୍ଦରମଣି ଭୋଇ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସିଆର୍‌ସିସି ନିରଞ୍ଜନ ହରିଜନ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.