oom

ଜାରିଂ କ୍ଲଷ୍ଟରସ୍ତରୀୟ ନିପୁଣ ମେଳା

jsmm
  • ସମ୍ବର୍ଦ୍ଧିତ ହେଲେ ୧୭ ଏଫ୍‌ଏଲ୍‌ଏନ୍ ଶିକ୍ଷକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ କ୍ଲଷ୍ଟରସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ ହୋଇଯାଇଛି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏମ.ଗଣ୍ଡପାଲିରେ ଆୟୋଜିତ ଏହି ମେଳାକୁ ସ୍ଥାନୀୟ କାଉନସିଲର ରେଣୁକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଶିକ୍ଷାବିତ୍ ନବକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା । ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ବରିହା, ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବାସୁଦେବ ପଧାନ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷାଦାନ ସମୟରେ ପର୍ଯ୍ୟାପ୍ତ ପରିମାଣର ଶିକ୍ଷଣ ସାମଗ୍ରୀ ବ୍ୟବହାର ହିଁ ଶିକ୍ଷାର୍ଥୀ ମାନଙ୍କୁ ଚାପମୁକ୍ତ କରି ପାରିବ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ଏହି ଅବସରରେ କ୍ଲଷ୍ଟରର ୧୭ଜଣ ଏଫ୍‌ଏଲ୍‌ଏନ୍ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷୟିତ୍ରୀ ଲିଳିମା ମେହେର ମାନପତ୍ର ପଠନ କରିଥିଲେ । ଶ୍ରୀୟା ସାହୁ, ଦୀପାଳି ସାହୁ, ଅର୍ପିତା ବିଶ୍ଵାଳ, ଇତିଶ୍ରୀ ପଧାନ, ଆକାଂକ୍ଷା ପଧାନ, ଆୟୂଷୀ ସୁନା, ଆରାଧ୍ୟା ପଧାନ ପ୍ରମୁଖ ଛାତ୍ରୀଗଣ ନିପୁଣ ଓଡିଶା ସଙ୍ଗୀତରେ ନୃତ୍ୟ ପରିବେଷଣ କରି ଅଭିଭାବକମାନଙ୍କୁ ବିମୋହିତ କରି ଦେଇଥିଲେ । ଶିକ୍ଷୟିତ୍ରୀ ରୀତା କ୍ଷେତି ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ବାନ୍ଦୁପାଲିର ସୀତାରାମ ଦୀପ, ବଡବାଉଁଶେନର ଦୁର୍ବାଦଳ ବଡଗୋଛିଆ, ଟିଗଣ୍ଡପାଲିର ପ୍ରଭାତ ରଞ୍ଜନ ସାହୁ, ବିଜେପୁରର ସୁଧାଂଶୁ ଶେଖର ଜାଲ, ଲାଉମୁଣ୍ଡାର ପ୍ରକାଶ ମହାନନ୍ଦ, ପଥର୍ଲାର ହେମନ୍ତ କୁମାର ଆରୁକ, ଯୋଖିପାଲିର ତ୍ରିନାଥ ସେଠ ପ୍ରମୁଖ ସିଆର୍‌ସିସିଙ୍କୁ କ୍ଲଷ୍ଟର ସୌରଭ ସମ୍ମାନରେ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରୀ ସରିତା ନାଏକ ସର୍ଜନାତ୍ମକ କବିତା ପାଠ କରିଥିଲେ । ଶିକ୍ଷକ ଟିଟୋରାମ ଲୁହା ନିପୁଣ ମେଳା ଗୀତ ପରିବେଷଣ କରିଥିଲେ । ଶିକ୍ଷକ ଦିଲ୍ଲୀପ କୁମାର ପୁରୀ, ଭାଦ୍ରବ ପାଣ୍ଡେ, ଗହକିଲାଲ ନାଏକ, ସ୍କୁଲ ଚେୟାରମେନ ସନ୍ତୋଷ ଲୁହାଙ୍କୁ ସ୍ଵତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା । ଜାରିଂ ସିଆର୍‌ସିସି ରାଜେଶ୍ଵର ବେହେରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିକ୍ଷୟିତ୍ରୀ ଚନ୍ଦକଳା ଦାଶ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ବିକାଶ ଚନ୍ଦ୍ର ଗଡତିଆ ସଭାକୁ ପରିଚାଳନା କରିଥିଲେ । ଜାରିଂ ସ୍କୁଲର ପ୍ରଧାନଶିକ୍ଷକ ଭାଦ୍ରବ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୫୨ଟି ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା ।

jittmm
Leave A Reply

Your email address will not be published.