କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ରର କ୍ଳଷ୍ଟର ସ୍ତରୀୟ ନିପୁଣ ମେଳା

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : କ୍ଳଷ୍ଟର ସ୍ତରୀୟ ନିପୁଣ ମେଳା ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦଙ୍କ ତତ୍ତ୍ୱାବଧାନରେ ୧୨ଟି ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତୁରେକେଲା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତାନୁ କୁମାର ପଢ଼ିଆରି, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ତୁଳସୀ ରାମ ଜଗତ, ସମାଜସେବୀ ବେଦବ୍ୟାସ ନାଗ ସମ୍ମାନିତ ଅତିଥି, ସାମ୍ବାଦିକ ପୁଷ୍ପକେତୁ ବେହେରା, ସାମ୍ବାଦିକ ରୋହନ କୁମାର ମହତ୍ ସମ୍ମାନୀତ ଅତିଥିଭାବରେ ଯୋଗଦେଇଥିଲେ । ଶିକ୍ଷୟିତ୍ରୀ ଅଞ୍ଜଳି ମାଝୀ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସଭା ପରିଚାଳନା କରିଥିଲେ । ସର୍ବ ପ୍ରଥମେ ଅତିଥିମାନେ ମାଁ ବାଗ୍‌ଦେବୀଙ୍କ ଫଟୋଚିତ୍ରରେ ଧୂପଦୀପ ଓ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ସୁରେନ୍ଦ୍ର ମାଝୀ ଶ୍ଳୋକ ଉଚ୍ଚାରଣ ଓ ଛାତ୍ରୀବୃନ୍ଦ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ପରେ ନିପୁଣ ମିଶନର ଗୀତ ଓ ପ୍ରତିଜ୍ଞା ନିଆଯାଇଥିଲା । ପ୍ରଥମରୁ ତୃତୀୟ ଶ୍ରେଣୀର ସଂଖାଜ୍ଞାନ ଓ ଭାଷାଜ୍ଞାନ ଉପରେ ତିଆରି ହୋଇଥିବା ବିଭିନ୍ନ ଶିକ୍ଷଣ ସାମଗ୍ରୀ ମେଳାରେ ପ୍ରଦର୍ଶନ କରାଯାଇଥିଲା । ଶିକ୍ଷଣ ସାମଗ୍ରୀ ଗୁଡିକୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଦେଖି ଖୁସି ଅନୁଭବ କରିଥିଲେ । ସେମାନଙ୍କ ଭିତରୁ ସଂଖାଜ୍ଞାନ ଓ ଭାଷା ପାଇଁ ଶ୍ରେଷ୍ଠ ତିନିଜଣ ଅଂଶଗ୍ରହଣକାରୀଙ୍କୁ ପୁରସ୍କୃତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫେନ୍ସି ଡ୍ରେସରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ମେଳାରେ ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା ଓ ଶିକ୍ଷୟତ୍ରୀ ଦିପ୍ତିବାଲା ବେହେରା ବିଚାରକଭାବେ ଯୋଗଦେଇଥିଲେ । ପୂଜା ଜାଲ, ଲାବନ୍ୟା ଧରୁଆ, ଭାରତୀ ଦାସ, ସୁଭାଷିନୀ ମେହେର, ଯୋଷୋଦା ବିଡିକା, ସୁନୀତା ମେହେର, ସବିତା ପାଣିଗ୍ରାହୀ, ଶାନ୍ତିଲତା ଭୋଇ, ବୀଣାପାଣି ଦାସ, ଶିକ୍ଷକ ବିଶ୍ୱରଂଜନ ଦାସ, ଜାନକୀ ରାମ ସାମବେଦମ୍ ସହଯୋଗ କରିଥିଲେ ।

Leave A Reply

Your email address will not be published.