oom

ରେଳ ଟିକେଟ କଳାବଜାର ଘଟଣା : ଖବର ପ୍ରକାଶ ପରେ ସାମ୍ବାଦିକଙ୍କ ଉପରେ ବିଜେଡି ନେତାଙ୍କ ଦାଦାଗିରି, କଂଗ୍ରେସ ଓ ବିଜେପି ନେତାଙ୍କ ନିନ୍ଦା

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଞ୍ଚଳରେ ଜଣେ ଯୁବକ ରେଳ ଟିକେଟ କଳାବଜାର କରିଥିବା ଅଭିଯୋଗରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ଉଠାଇ ନେଇଥିବା ଖବର ପ୍ରକାଶ ପରେ ବିଜେଡି ନେତା ରାଜକିଶୋର ଡାଙ୍ଗ ଉତକ୍ଷିପ୍ତ ହୋଇ ସଇଁତଲା ବ୍ଲକର  ଯୁବ ସାମ୍ବାଦିକ ବିଶାଳ ଅଗ୍ରୱାଲଙ୍କୁ ରାଗି ଯାଇ ଦୁର୍ବ୍ୟବହାର ତଥା ଗାଳିଗୁଲଜ କରିଥିଲେ । ଏହାର ପ୍ରତିବାଦରେ ବିଶାଳଙ୍କ ଦ୍ୱାରା ସଇଁତଲା ଆଇଆଇସି ଅବନୀ ସାହୁଙ୍କୁ ଲିଖିତ ଭାବରେ ଏତଲା ଦିଅଯାଇଛି । ପ୍ରକାଶ ଯେ, ନାରୀକଟା ଗ୍ରାମର ବୁଲୁ କୁମ୍ଭାର ରେଳ ଟିକେଟ କଳାବଜାର ଚଲାଇଥିବା ଅଭିଯୋଗ ଖବର ପାଇଁ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ଉଠାଇ ନେଇଥିବା ଖବର ପ୍ରକାଶ ପାଇବା ପରେ ମନ୍ତ୍ରୀଙ୍କ ପ୍ରତିନିଧି ରାଜକିଶୋର ଡାଙ୍ଗ ଗୁରୁବାର ଉତକ୍ଷିପ୍ତ ହୋଇ ସାମ୍ବାଦିକ ବିଶାଳଙ୍କୁ ଫୋନ ଯୋଗେ ଗାଳିଗୁଲଜ କରି ଧମକଚମକ ଦେଇଥିଲେ । ଏଥିରେ ବିଶାଳ ଭୟଭୀତ ହୋଇ ସଇଁତଲା ଥାନାରେ ଏତଲା ଦେଇଛନ୍ତି । ଏ ନେଇ ସଇଁତଲା ଥାନା ଅଧିକାରୀ ଅବନୀ ସାହୁଙ୍କୁ ପଚାରିବାରୁ ଆଇନ ତା’ ବାଟରେ ଯିବ ବୋଲି ପ୍ରକାଶ କରିଥିଲେ । ଏହି  ଚତୁର୍ଥ ସ୍ତମ୍ଭ ସାମ୍ବାଦିକମାନଙ୍କ  ପ୍ରତି ହୋଇଥିବା ଦୁର୍ବ୍ୟବହାର ଘଟଣାକୁ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସଦଳର ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ, ଭାରତୀୟ ଜନତା ଦଳର ବରିଷ୍ଠ ନେତା ମହେନ୍ଦ୍ର ଠାକୁର ଘୋର ନିନ୍ଦା କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି । ଏହା ସହିତ ଓଡିଶା ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।

jittmm
Leave A Reply

Your email address will not be published.