ନିମ୍ନମାନର କୋଠା ଯୋଗୁଁ ମାତ୍ର ୨ ବର୍ଷରେ ପାଣି ଗଳିଲା : ଛାତକୁ ବଞ୍ଚାଇବା ପାଇଁ ଦିଆଯାଉଛି ଆଜବେ‌ଷ୍ଟର, ଶିକ୍ଷାପ୍ରେମୀ ମହଳରେ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ସ୍କୁଲ ଘର । ହେଲେ କୋଠା କାମ କରୁଥିବା ଠିକାଦାରଙ୍କ ହୀନ ମନ୍ୟତା ଯୋଗୁଁ ମାତ୍ର ୨ ବର୍ଷ ମଧ୍ୟରେ ଛାତରୁ ପାଣି ଗଳିଲା । ବହୁ ଅସୁବିଧାରେ ଛାତ୍ରଛାତ୍ରୀମାନେ ପାଠପଢ଼ିଲେ । ପୁଣି ୧୦ ବର୍ଷ ହୋଇନାହିଁ, ହେଲେ ପୁଣି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମରାମତି କାମ ଚାଲିଛି, ତେବେ ଏହା ମଧ୍ୟ ନିମ୍ନ ମାନର ବୋଲି ଅଭିଯୋଗ ହେଉଛି । ଛାତରୁ ପାଣି ଗଳୁଥିବାରୁ ଛାତ ଉପରେ ଆଜବେ‌ଷ୍ଟର ଦିଆଯାଉଥିବାରୁ ଲୋକମାନେ ଠିକା ସଂସ୍ଥାକୁ ପ୍ରହସନ କରୁଛନ୍ତି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦେଓଗାଁ ବ୍ଳକର ଅନ୍ୟତ୍ତମ ସଚେତନ ଗାଁ ଜରାସିଂହାର ମାଲିପଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ । ଏହି କାମକୁ ଜରାସିଂହା ସରପଞ୍ଚ କୁଶ ମେହେର ତଦାରଖ କରୁଛନ୍ତି । ତାଙ୍କ କହିବା ଅନୁସାରେ ଏହି କୋଠାକୁ ୨୦୦୮/୦୯ ଶିକ୍ଷା ବର୍ଷରେ ସର୍ବ ଶିକ୍ଷା ଅଭିଯାନ ପକ୍ଷରୁ ଦିଆଯାଇଥିବା ଅନୁଦାନକୁ ତତକାଳୀନ ସରପଞ୍ଚଙ୍କ ସ୍ୱାମୀ କୈଳାଶ କର୍ତ୍ତି ତଦାରଖ କରୁଥିଲେ । ନିର୍ମାଣ କରାଯାଇଥିବା ନୂତନ କୋଠାକୁ ୧୨/୧/୨୦୧୦ରେ ତତ କାଳୀନ ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଉଦଘାଟନ କରିଥିଲେ । ନିର୍ମାଣ କରିବାର ମାତ୍ର ଦୁଇ ବର୍ଷ ପର ଠାରୁ ଛାତରୁ ପାଣି ଗଳୁଛି ବୋଲି କିଛି ଅଭିଭାବକ ମଧ୍ୟ ଅଭିଯୋଗ କରୁଛନ୍ତି । ଛାତ୍ର ଉପରେ ଆଜବେ‌ଷ୍ଟର ଦେବା ବିଷୟରେ ପଚାରିବାରୁ ଛାତରେ ଗ୍ରିଡିଙ୍ଗ କରିବାକୁ ଯନ୍ତ୍ରୀମାନେ ମନା କଲେ କାରଣ ଛାତ ଲୋଡ ନେଇ ପାରିବ ନାହିଁ । ମାତ୍ର ୧୦ ବର୍ଷର ଛାତ୍ର ଲୋଡ ନେଇ ପାରିବ ନାହିଁ, ତେଣୁ ଛାତ ଉପରେ ଆଜବେଷ୍ଟର ଦେବା କେତେ ଯୁକ୍ତି ଯୁକ୍ତ ଓ ସେହି ସମୟରେ କରାଯାଇଥିବା କାମ କିପରି ଥିଲା ତାହା ସହଜରେ ଅନୁମେୟ । ଏ ସଂକ୍ରାନ୍ତରେ ବର୍ତ୍ତମାନର କନି‌ଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ମାନସିଂଙ୍କୁ ପଚାରିବାରୁ ବର୍ତ୍ତମାନ ଏସ୍‌ଏସଏରୁ ବ୍ଳକକୁ ଡେପୁଟେସନରେ ଆସିଛୁଁ । ମାଳିପଡ଼ା ସ୍କୁଲ କୋଠା ବିଷୟରେ ଜାଣି ନାହିଁ । ବ୍ଳକରୁ ପୁଣି କାମ ହେଉଥିବାରୁ ଯେଉଁ ଯନ୍ତ୍ରୀ ଦାୟିତ୍ୱରେ ଅଛନ୍ତି ସେ ହିଁ ବିଷୟରେ କହିପାରିବେ ବୋଲି କହିଛନ୍ତି । ଭଙ୍ଗା ଛାତକୁ ପୁଣି ଲକ୍ଷ ଲକ୍ଷ ଟଙ୍କାରେ ଖର୍ଚ୍ଚ କରାଯାଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଯାଉଛି ।

Leave A Reply

Your email address will not be published.