oom

ଆନ୍ଦୋଳନକୁ ଓହ୍ଲାଇବ ଜିଲ୍ଲା ନିଖିଳ ଆଶା କର୍ମୀ ସଂଘ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଯାଦବ ଭବନ ଠାରେ ଏଆଇଟିୟୁସି ସହ ସହବନ୍ଧିତ ନିଖିଳ ଓଡିଶା ଆଶା କର୍ମୀ ସଂଘ ବଲାଙ୍ଗିର ଜିଲ୍ଲା କାର୍ଯ୍ୟକାରୀ କମିଟିର ଜିଲ୍ଲାସ୍ତରୀୟ ଏକ ଜରୁରି ବୈଠକ ଜିଲ୍ଲା ସଭାପତି ସାଥୀ ତୀର୍ଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ରାଜ୍ୟ ସଭାପତି ସାଥୀ ବିଜୟ ଜେନା ମୁଖ୍ୟ ଅତିଥି, ଜିଲ୍ଲା ଏଆଇଟିୟୁସି ସଭାପତି ସାଥୀ ବିଭୁଦତ୍ତ ମିଶ୍ର ସମ୍ମାନିତ ଅତିଥି, ରାଜ୍ୟ ଉପସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ ମୁଖ୍ୟବକ୍ତା ତଥା ଜିଲ୍ଲା ଉପସଭାପତି ଦ୍ୱୟ ସରସ୍ୱତୀ ଶର୍ମା ଏବଂ ଆନନ୍ଦିନୀ ବିଶ୍ୱାଲ ପ୍ରମୁଖ ଯୋଗଦେଇ ଆଗାମୀ ଜୁନ ୨ ଓ ୩ ତାରିଖ ଭୁବନେଶ୍ୱର ଠାରେ ହେବାକୁ ଥିବା ସର୍ବ ଭାରତୀୟ ଆଶା କର୍ମୀ ଫେଡେରେସନ ସମ୍ମିଳନୀକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ପାଟଣାଗଡ ବ୍ଲକ ଅନ୍ତର୍ଗତ ଘସିଏନ ସିଏଚ୍‌ସିରେ ଆଶା କର୍ମୀମାନଙ୍କର ପ୍ରୋତ୍ସାହନ ରାଶି ହଡପ ତଥା ଜୋର ଜୁଲୁମ କରି ଆଶା କର୍ମୀଙ୍କ ଠାରୁ ଉପରୀସ୍ତ ଅଧିକାରୀଙ୍କ ଅର୍ଥ ଆଦାୟ ତଥା ଆଶା କର୍ମୀଙ୍କୁ ଦୁର୍ବ୍ୟବହାର ବିରୁଦ୍ଧରେ ବିଭିନ୍ନ ବ୍ଲକରୁ ଆସିଥିବା ଆଶା କର୍ମୀ ତିବ୍ର ନିନ୍ଦା ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆସନ୍ତା ଜୁନ ୨୦ ତାରିଖ ସୁଦ୍ଧା ଏହାର ଉପଯୁକ୍ତ ତଦନ୍ତ ହୋଇ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାନଗଲେ ଜିଲ୍ଲା ଆଶା କର୍ମୀ ସଂଘ ଅନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ । ଗତ ତା.୧୩.୦୫.୨୨ ଦିନ ତଦନ୍ତ ନାମରେ ତଦନ୍ତ ଅଧିକାରୀଙ୍କ ପ୍ରହଶନ ତଥା ଆଶା କର୍ମୀ ସଂଘ ପ୍ରତି ଅଶାଳିନ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଶା କର୍ମୀମାନେ ତଦନ୍ତକୁ ବର୍ଜନ କରିଥିବା ବିଷୟରେ ଆଜି ଆଲୋଚନା ହୋଇ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମତ ପ୍ରକାଶ ପାଇଥିଲା । ବଲାଙ୍ଗିର ଜିଲ୍ଲାର ସମସ୍ତ ବ୍ଲକ ତଥା ସହରାଞ୍ଚଳ କମିଟିର ପ୍ରତିନିଧିମାନେ ଯୋଗଦେଇ ଭୁବନେଶ୍ୱର ଠାରେ ହେବାକୁ ଥିବା ସର୍ବ ଭାରତୀୟ ଆଶା କର୍ମୀ ଫେଡେରେସନ ସମ୍ମିଳନୀକୁ ସଫଳ ତଥା ଆଶା କର୍ମୀଙ୍କ ପ୍ରତି ଜିଲ୍ଲାସ୍ତରରେ ହେଉଥିବା ଅନ୍ୟାୟ ବିରୁଦ୍ଧରେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପଦେଷ୍ଟା ଦୁର୍ଯ୍ୟୋଧନ ବିଶ୍ୱାଲ, ସାଏବୁ ନନ୍ଦ, ମଳୟ ବିଶ୍ୱାଳ, ମଥୁନା ତୁମନିଆ, ସଂଗୀତା ହରିପାଲ, ଲଳିତା ବାଗ, ଗୋଳାପି ମେହେର, ଉର୍ବସୀ ସାହୁ, ଦିଲିପ କୁମାର ଭୋଇ, କୌଶଲ୍ୟା ମେହେର, ମମତା ଜେନା, ବାସନ୍ତି ସେଠ, ମିନାକ୍ଷୀ ଜେନା, ମାଲତି ମଲ୍ଲିକ, ବିଜୟ ସେଠ, କନ୍ଦର୍ପ ଦିପ, ପ୍ରବୀର କମ୍ପ, ପଂଚାନନ ସାହୁ, ଯଶୋବନ୍ତି ବେହେରା, ଅହଲ୍ୟା ନାଗ, ଜୁଲି କେନେଡି, ପ୍ରଗତି ପଣ୍ଡା, ତରୁଣି ନାଗ, ପ୍ରେମଲତା ରଣା, ବନିତା ପଟେଲ, ମାଧବି ବେହେରା, ଶେଷଦେବ ଛତ୍ରିଆ, ସୁମିତ୍ରା ବେହେରା, ଶାଶ୍ୱତା ଦାଶ, ହରିପ୍ରୀୟା କୁମ୍ଭାର, ଉଜୁଲି ମେହେର, ବିଲାସିନି ଦାଶ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.