ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ଘଟଣା ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଏନଏସି ଅନ୍ତର୍ଗତ ଲାଇନପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷୟିତ୍ରୀ ସ୍ୱରୁପମା ପାଣିଗ୍ରାହୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏନେଇ ଛାତ୍ରଙ୍କ ଅଭିଭାବକ ବିଇଓଙ୍କୁ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ବିଇଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କିରାଣୀ ଓ ଏବିଇଓ ସଂପୃକ୍ତ ମାମଲାକୁ ରଫାଦଫା କରିବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ କରିବା ପରେ ବିଇଓ ଶଙ୍କର ପ୍ରସାଦ ମାଝି ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି । ଏଥିସହ ନିଲମ୍ବତ ଅବଧି ଭିତ୍ତିରେ ଶିକ୍ଷୟିତ୍ରୀ ଜଣଙ୍କୁ ବାଲିପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବିଇଓ ଶ୍ରୀମାଝି କହିଛନ୍ତି ।

Leave A Reply

Your email address will not be published.