ଜୟପାଟଣା ଥାନାର ୪ ପୋଲିସ ଅଧିକାରୀ ନିଲମ୍ବିତ ହେଲେ

କଳାହାଣ୍ଡି, (ପିକେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ନିଲମ୍ବିତ ପୋଲିସ ଅଧିକାରୀ ମାନେ ହେଲେ ଏଏସ୍‌ଆଇ ସନ୍ତୋଷ ସାହୁ, ୨ କନଷ୍ଟେବଲ ତଥା ସୂର୍ଯ୍ୟ ମିଶ୍ର ଓ ହେମନ୍ତ ବାଗ୍ ଥିବା ସୂଚନା ମିଳିଛି । ଏହା ସହ ଥାନାରେ କାର୍ଯ୍ୟରତ ଥିବା ଓଏପିଏଫ୍ ଯବାନ ଦେବରାଜ ନାୟକ ମଧ୍ୟ ସସପେଣ୍ଡ ହୋଇଛନ୍ତି । ସୂଚନା ଅନୁସାରେ, କପୁରମାଲ ଗାଁର ଏକ ଜମିଜମା ବିବାଦ ଓ ଅନିୟମିତତା ପାଇଁ ୪ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ତଦନ୍ତ ଆଧାରରେ ସରକାର ୪ ପୋଲିସଙ୍କୁ ନିଲମ୍ବିତ କରିଛନ୍ତି ।

Leave A Reply

Your email address will not be published.