om academy

ଆଦିବାସୀ ଯବାନ ଜଗବନ୍ଧୁ ଯାନୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ରିଜର୍ଭ ପୋଲିସ ସରଜେଣ୍ଟ ନିଲମ୍ବିତ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡିଶା ଆର୍ମଡ଼ ପୋଲିସ ଫୋର୍ସ କଳାହାଣ୍ଡିରେ କାର୍ୟ୍ୟରତ ଜଣେ ଆଦିବାସୀ ଯବାନ ଜଗବନ୍ଧୁ ଯାନୀ(୩୫)ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆଜି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଯୁକ୍ତ ଭବାନୀପାଟଣା ସ୍ଥିତ ରିଜର୍ଭ ପୋଲିସ ବ୍ୟାରେକର ସରଜେଣ୍ଟ ଖଗେଶ୍ୱର ବିଶ୍ୱାଳଙ୍କୁ ନିଲମ୍ବନ କରିଛନ୍ତି । ଅଭିଯୋଗ ଅନୁସାରେ ଗତ ୨୦.୦୪.୨୧ ରାତି ସାଢେ ଦଶଟାରେ ଓଡିଶା ଆର୍ମଡ଼ ପୋଲିସ ଫୋର୍ସରେ କାର୍ୟ୍ୟରତ ଯବାନ ଜଗବନ୍ଧୁ ଯାନୀଙ୍କୁ ଲୁହା ରଡ଼୍‌ରେ ପିଟିଥିଲେ । ପୀଡିତ ଯବାନଙ୍କ ମୁଣ୍ଡ, କାନ, ହାତ, ଗୋଡ଼, ପିଠିରେ ନିର୍ମମ ଭାବରେ ମାଡ଼ମାରି ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିଲେ । ସରଜେଣ୍ଟ ବିଶ୍ୱାଳ ସହିତ ଆହୁରି ଦୁଇ ଜଣ ପୋଲିସ ଷ୍ଟାଫ୍‌ ମଧ୍ୟ ଶ୍ରୀ ଯାନୀଙ୍କ ଉପରେ ବର୍ବର ଆକ୍ରମଣ କରିଥିଲେ । ପରେ କିଛି ପୋଲିସ ସହକର୍ମୀ ଯବାନ ଶ୍ରୀ ଯାନୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏ ସମ୍ପର୍କରେ ଶ୍ରୀ ଯାନୀ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କେଶ ରେଜିଷ୍ଟ୍ରେସନ କରି ନଥିବା ଜଣାପଡ଼ିଥିଲା । ଏହାର ପ୍ରତିବାଦରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ଅଭିଯୁକ୍ତ ମାନଙ୍କୁ ଚାକିରୀରୁ ବହିଷ୍କାର ଏବଂ ଗିରଫ କରିବା ପାଇଁ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମହାସଂଘର ଅଭିଯୋଗ ପରେ ଆରକ୍ଷୀ ଅଧିକ୍ଷକ ତୁରନ୍ତ ତଦନ୍ତ କରିଥିଲେ ଏବଂ ଅଭିଯୋଗର ଅପାତତଃ ପ୍ରମାଣ ଥିବାରୁ ଅଭିଯୁକ୍ତ ସରଜେଣ୍ଟ ଖଗେଶ୍ୱର ବିଶ୍ୱାଳଙ୍କୁ ଆଜି ଚାକିରୀରୁ ନିଲମ୍ବିତ କରିଛନ୍ତି । ତୁରନ୍ତ ଅପରାଧୀ ମାନଙ୍କୁ ଗିରଫ କରିବା ସହିତ ପୀଡିତ ଜଗବନ୍ଧୁ ଯାନୀଙ୍କୁ ସୁରକ୍ଷା ଦେବା ଏବଂ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରିବାକୁ ଆଦିବାସୀ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଉପସଭାପତି ପରମାନନ୍ଦ ମାଝି, ବାଳକୃଷ୍ଣ ଶବର, ଅର୍ଜୁନ ଭତରା, ଯୋଗେନ୍ଦ୍ର ଭୋଇ, ଘାଷି ସାମୁଟିକା, ରାମ ଶବର ପ୍ରମୁଖ ଦାବୀ କରିଛନ୍ତି ।

Leave A Reply

Your email address will not be published.