jayashree

ଓଷ୍ଟା ବଲାଙ୍ଗିର ଜିଲ୍ଲା ସଂପାଦକ ନିଳମ୍ବିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଷ୍ଟା ସଭାଗୃହରେ ଜିଲ୍ଲା ସଭାପତି ଅବନୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲା କାର୍ଯ୍ୟକାରୀ କମିଟିର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଶିକ୍ଷକ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମାହିତ ହେଉ ନ ଥିବା ଯୋଗୁଁ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା । ବିଶେଷ କରି ଚାକିରି ସଭା ବନ୍ଦୀ, ନୂତନ ସ୍କୁଲକୁ ଅନୁଦାନ, ଠିକା ଶିକ୍ଷକ ବିଭକ୍ତକରଣ ବିଷୟ ଆଲୋଚିତ ହୋଇଥିଲା । ବଲାଙ୍ଗିର ଜିଲ୍ଲାର ପ୍ରାକ୍ତନ ସଂପାଦକ କୁଶଧ୍ୱଜ ସାହୁଙ୍କ କାର୍ଯ୍ୟକଳାପ ଅର୍ଥତୋଷାରପାତ ସମସ୍ତଙ୍କୁ ବ୍ୟଥିତ କରିଥିଲା । ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରକାଶ ପାଇଥିଲା । ଏଣୁ ସର୍ବ ଶେଷରେ ସଭାପତି ପ୍ରାକ୍ତନ ସଂପାଦକ କୁଶବାବୁଙ୍କୁ ନିଳମ୍ବନ ତଥା ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କର ସଦସ୍ୟ ପଦକୁ ରଦ୍ଧ କରାଗଲା । ବରିଷ୍ଠ ଯୁଗ୍ମ ସଂପାଦକ ଅନିଲ କୁମାର ସାହୁଙ୍କ ସଂପାଦକ ଦାୟିତ୍ୱ ହସ୍ତାନ୍ତର କରାଗଲା । ତାରାକାନ୍ତ ମିଶ୍ରଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଭାବରେ ପୁନଃ ଚୟନ କରାଗଲା ଏବଂ ରାଜ୍ୟ ଓଷ୍ଟାକୁ ଅନୁମୋଦନ ପାଇ ପଠାଗଲା । ଉକ୍ତ ସଭାରେ ବରିଷ୍ଠ ସଦସ୍ୟ ପୁରନ୍ଦର ଦାଶ, ସୁଧାଂଶୁ ଶେଖର ବାବୁ, ବିନୋଦ ବିହାରୀ ପାଣିଗ୍ରାହୀ, ସୁଧିର ନାଏକ, ରଂଜିତା ମିଶ୍ର, ସଂଗୀତାଞ୍ଜଳି ମିଶ୍ର, ଶଙ୍କର ମିଶ୍ର, ପୁର୍ଣ୍ଣ ମେହେର, ଗୋବଦ୍ଧନ ସାହୁ, ବରୁଣ ସାହୁ, ପୁରୁଷୋତ୍ତମ ବାଗ, ଶ୍ରୀବଚ୍ଛ ଭୁଏ, ସାରଥି ସାହୁ, ଅମୂଲ୍ୟ ବେହେରା, ମନୋରଂଜନ ସାହୁ, ଗୋବିନ୍ଦ ବଗର୍ତ୍ତି, ଅନିଲ ସାହୁ, ତାରାକାନ୍ତ ମିଶ୍ର, ପ୍ରେମରାଜ ପଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.