ଦେଓଗାଁ, (ମନୀଷ କୁମାର ସାହୁ) : ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର କୁତୁର୍ଲା ପଞ୍ଚାୟତ ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆ ନିଲମ୍ବିତ ହୋଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଗତ ୧୦ମାସ ତଳେ ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ବହଲି ସ୍କୁଲର ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆ ପଦୋନ୍ନତି ପାଇ ଏହି ପଞ୍ଚାୟତର ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଯୋଗ ଦେଇଥିଲେ । ହେଲେ ଶ୍ରୀ ବୁଦ୍ଧିଆ କିଛି ଦିନ ହେଲା ସ୍କୁଲର ବିଭିନ୍ନ କୋମଳମତୀ ଛାତ୍ରୀଙ୍କୁ ଉପରେ ଖରାପ ନଜର ପକାଉଥିବା ଅଭିଯୋଗ ହୋଇ ଆସୁଥିଲା ।
Prev Post