ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ହେଲେ ଛତ୍ରପୁର ଉପଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ତହସିଲଦାର ନୀଳମାଧବ ଭୋଇଙ୍କ କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ଘଟିଛି । ଶ୍ରୀ ଭୋଇଙ୍କୁ ଛତ୍ରପୁର ଉପଜିଲ୍ଲାପାଳ ଭାବେ ପଦୋନ୍ନତି ମିଳିଛି ବୋଲି ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ଏକ ଆନୁଷ୍ଠାନିକ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଶ୍ରୀ ଭୋଇ ଜଣେ ନିଷ୍ଠାପର, ଉଦ୍ୟମୀ ଓ ଦକ୍ଷତା ଭିତ୍ତିରେ ଗତ କରୋନାର ଲହରୀରେ ଛତ୍ରପୁରରେ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ଛତ୍ରପୁର ବୃଦ୍ଧିଜୀବୀ ମହଲରେ ଖୁବ ପ୍ରଶଂସନୀୟ ହୋଇଛନ୍ତି । ସେ ୨୦୦୧ ମସିହା ବ୍ୟାଚର ଓଏଏସ ଅଟନ୍ତି । ପ୍ରଥମେ ରାୟଗଡା, କେନ୍ଦ୍ରାପଡା ଓ ପରେ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଅବସ୍ଥାପିତ ହୋଇ ପ୍ରଶାସନ ବିଭାଗରେ ବେଶ ଭୂୟସୀ ପ୍ରସଂଶା ଲାଭ କରିଛନ୍ତି । ସବଡିଭିଜନର ସବଡିଭିଜିନାଲ ମାର୍ଜିଷ୍ଟ୍ରେଟ ତଥା ଉପଜିଲ୍ଲାପାଳ ଭାବେ ପ୍ରିୟରଞ୍ଜନ ପୃଷ୍ଟି ଅଧୂନା କାର୍ଯ୍ୟରତ ଅବା ଅବସ୍ଥାପିତ ଅଛନ୍ତି ।

Leave A Reply

Your email address will not be published.