ବଲାଙ୍ଗିର ଶାନ୍ତିପଡ଼ାର ଯୁବକ ମୁଟୁ ନିଖୋଜ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ାର ଜଣେ ଯୁବକ ନିଖୋଜ୍‌ ଥିବା ନେଇ ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି । ନିଖୋଜ୍‌ ଯୁବକ ଜଣକ ହେଲେ ପ୍ରବୀଣ ମହାଲିଙ୍ଗ ଓରଫ୍‌ ମୁଟୁ (୫୨) । ପରିବାର ବର୍ଗଙ୍କ ସୂଚନା ଅନୁସାରେ ଗତ ସଂଧ୍ୟା ସମୟରୁ ମୁଟୁ ନିଖୋଜ୍‌ ହୋଇଯାଇଛନ୍ତି । ତାଙ୍କୁ ଖୋଜାଖୋଜି କରି ନିରାଶ ହେବାପରେ ସେମାନେ ବଲାଙ୍ଗିର ସଦର ଥାନାରେ ଏ ସଂପର୍କରେ ଅଭିଯୋଗ କରିଥିବା ମଧ୍ୟ କହିଛନ୍ତି । ସବୁଠାରୁ ରହସ୍ୟଜନକ ବିଷୟ ହେଉଛି, ପଥରଚେପା ନିକଟରେ ମୁଟୁଙ୍କ ବାଇକ୍‌ ଠାବ କରାଯାଇଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌ ଗାଡ଼ିରେ ରହିଥିବା ଦେଖିବାକୁ ମିଳିଛି । କିନ୍ତୁ ମୁଟୁଙ୍କ ଖୋଜ୍‌ ଖବର୍‌ ମିଳି ପାରିନାହିିଁ । ଅନ୍ୟପଟେ ପରିବାର ଲୋକେ ତାଙ୍କୁ ଖୋଜି ଖୋଜି ନୟାନ୍ତ ହୋଇ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ତୁରନ୍ତ ମୁଟୁଙ୍କୁ ଖୋଜି ଆଣିଦେବାକୁ ବଲାଙ୍ଗିର ପୋଲିସ ପ୍ରଶାସନ ପାଖରେ ନିଖୋଜ ଯୁବକ ପ୍ରବୀଣଙ୍କ ବଡ଼ଭାଇ ପ୍ରଦୀପ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.