ରତାଖଣ୍ଡି ଗାଁ ନିକଟ ଜଙ୍ଗଲରୁ ନିଖୋଜ ଝିଅର ମୃତ ଶରୀର ଉଦ୍ଧାର

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ଥାନା ତେଣ୍ଡାପଦର ପଞ୍ଚାୟତ ରତାଖଣ୍ଡି ଗ୍ରାମର କିଛି ଦୂରରେ ଥିବା ଏକ ଗୋଚର ଜଙ୍ଗଲ ଭିତରେ ନିଖୋଜ ଝିଅର ଶବ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି । ଏହା ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ସୂଚନା ଯୋଗ୍ୟ ଯେ, ରତାଖଣ୍ଡ ଗ୍ରାମର ଜଗଦା ଷାଣ୍ଡଙ୍କ ଝିଅ ସୁନିତା ଷାଣ୍ଡ(୨୦) ଗତ ୮ ତାରିଖରୁ ନିଖୋଜ ଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ସକାଳୁ ତାଙ୍କର ଗାଁ ନିକଟ ଜଙ୍ଗଲରୁ ଗଳିତ ଶବ ଦେଖି ଗାଁ ଲୋକେ ହତ୍ୟା ସନ୍ଦେହ କରୁଛନ୍ତି । ତାହା ହତ୍ୟା ନାଁ ଆତ୍ମହତ୍ୟା ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.