କନ୍ଦେଇ ଗାଁରୁ ମହିଳା ନିଖୋଜ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଅନ୍ତର୍ଗତ କନ୍ଦେଇ ଗାଁରୁ ଜଣେ ମହିଳା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ନିଖୋଜ ମହିଳାଙ୍କ ନାମ ସୁଷମା ଦୀପ (୩୬) ହୋଇଥିବା ବେଳେ ସେ ଗୁରୁବାରୁ ଦୀପଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି । କିଛିଦିନ ତଳେ ସେ ଘରୁ ବାହାରିଥିବା ବେଳେ ଆଉ ଘରକୁ ଫେରି ନାହାନ୍ତି । ଉକ୍ତ ମହିଳା ଜଣକ ତାଙ୍କ ଭଉଣୀ ଘରକୁ ଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି । ତାଙ୍କ ତିନି ଛୁଆ ଓ ସ୍ୱାମୀ ନିବେଦନ କରିଛନ୍ତି ଯେ, ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କୁ କେଉଁଠି ଦେଖନ୍ତି ୭୨୦୫୬୩୯୮୭୭ ଏହି ମୋବାଇଲ ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ପକ୍ଷରୁ ତୁରେକେଲା ଥାନାରେ ଏତଲା ଦିଆଯାଇଛି । ପୋଲିସ ମାମଲା ରୁଜୁ କରି ନିଖୋଜ ମହିଳାଙ୍କ ସନ୍ଧାନ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.