ଅକ୍ଟୋବର ୨୨ ତାରିଖରୁ ନିଖୋଜ ଥିବା ଝିଅର ମିଳୁନି ପତ୍ତା – ଥାନା ବାହାରେ ପରିବାର ଲୋକଙ୍କ ଧାରଣା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ୱାର୍ଡ ନମ୍ବର ଦୁଇ ମେହେର ପଡ଼ା ନିବାସୀ ରମେଶ କୁମାର ମେହେର ଓ ଅହଲ୍ୟା ମେହେରଙ୍କ ଝିଅ (୧୪) ଗତ ଅକ୍ଟୋବର ମାସର ୨୨ ତାରିଖରୁ ନିଖୋଜ ଥିବା ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ସହ ଆମ ଝିଅଙ୍କୁ ଖୋଜିକି ଆଣି ଦିଅନ୍ତୁ ବୋଲି ଟିଟିଲାଗଡ଼ ପୋଲିସ ନିକଟରେ ଗୁହାରି କରିଥିଲେ । ତେବେ ଦୀର୍ଘ ନ ଦିନ ବିତି ଯାଇଥିଲେ ହେଁ ଝିଅକୁ ଖୋଜି ନ ପାଇବାରୁ ପରିବାର ତଥା ସମ୍ପର୍କୀୟ ଲୋକେ ପୋଲିସର କାର୍ଯ୍ୟ ଉପରେ ଅସନ୍ତୋଷ ଜାହିର କରିବା ସହ ଶୁକ୍ରବାର ଝିଅର ପିତାମାତା, ପଡ଼ାବାସୀ ଟିଟିଲାଗଡ଼ ଥାନାରେ ଆସି ରୁଣ୍ଡ ହୋଇଛନ୍ତି । ତେବେ ହାଇସ୍କୁଲ ପଡ଼ାର ଆନନ୍ଦ ଦାସ ନାମକ ଯୁବକ ଏହି ନାବାଳିକ ଙ୍କୁ ଧରି ଫେରାର ମାରିଥିବା ଅଭିଯୋଗ କରିଛନ୍ତି ପିତାମାତା ସହ ପରିବାର ସମ୍ପର୍କୀୟ । ଏନେଇ ସମାଜସେବୀ ବିଜୟ ମେହେର ଓ ପଡ଼ାବାସୀ ଝିଅଙ୍କୁ ଖୋଜି ଆଣି ଦିଅ ବୋଲି ଥାନା ବାହାରେ ବସି ରହିଛନ୍ତି ।

Leave A Reply

Your email address will not be published.