ଲୋକ ପାଇଲଟ୍‌ ନିଖୋଜ ଘଟଣା : ୭ ଦିନ ପରେ ଉଦ୍ଧାର ହେଲେ ଲୋକୋ ପାଇଲଟ୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କାର୍ଯ୍ୟରେ ଯୋଗ ଦେବାକୁ ଯାଇ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ଗତ ୪ ତାରିଖରୁ ନିଖୋଜ ଥିବା ଲୋକୋ ପାଇଲଟ୍‌ ରଙ୍ଗ ବାହାଦୁର ସିଂ ଉଦ୍ଧାର । ପାରିବାରିକ ଅଶାନ୍ତି ଯୋଗୁଁ କାହାକୁ ନକହି ଲୁଚି ପଳାଇ ଥିଲେ ରଙ୍ଗ ବାହାଦୁର । ମୋବାଇଲ ସିମ୍‌ ମଧ୍ୟ ପରିବର୍ତ୍ତନ କରିଥିଲେ । ହରିଦ୍ଵାର ଶାନ୍ତିକୁଞ୍ଜ ଆଶ୍ରମରେ ୨ ଦିନରୁ ଅଧିକ ରହିବା ପାଇଁ ମନା କରିବାରୁ ସେ ଦିଲ୍ଲୀ ପଳାଇ ଆସିଥିଲେ । ତା’ପରେ ସମତା ଏକ୍ସପ୍ରେସରେ ଟିଟିଲାଗଡ଼କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ହରିଦ୍ଵାରରେ ଟଙ୍କା ଉଠାଇବା ଲିଙ୍କକୁ ଆଧାର କରି ରେଲୱେ ପୋଲିସ ସେଠାକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ଶେଷରେ ନିଜେ ଆସି ସବୁ ଘଟଣା ରେଲୱେ ପୋଲିସ ସାମ୍ନାରେ ସ୍ୱୀକାର କରିବା ସହ ମତେ କେହି ଅପହରଣ କରି ନଥିବା ତଥା ମାନସିକ ଚିନ୍ତାରେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ।

Leave A Reply

Your email address will not be published.