ଅର୍ଦ୍ଧ ନିର୍ମିତ ବ୍ରିଜ୍‌ ତଳୁ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର : ଗତକାଲି ଠୁ ଥିଲେ ନିଖୋଜ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁଡଭେଲା ଗାଁର ରଘୁନାଥ ରଣା(୫୫) ନାମକ ଜଣେ ବ୍ୟକ୍ତି ଗତକାଲି ସକାଳ ଠୁ ଗାଇଗୋଠ ନେଇ ରାହୁଲ ନଦୀ ପଠାକୁ ଯାଇ ଆଉ ଫେରିନଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ଏନେଇ ସକାଳୁ ପୋଲିସ ଖବର ପାଇବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ନଦୀ ପଠାରୁ ଏକ ଗଞ୍ଜି ଓ ଛତା ଠାବ କରିଥିଲା । ରଘୁନାଥ ନଦୀ ସ୍ରୋତରେ ଭାସି ଯାଇଥିବା ସନ୍ଦେହ କରି ଅଗ୍ନିଶମ ବାହିନୀର ସହାୟତା ଲୋଡିଥିଲା ପୋଲିସ । ତେବେ ନଦୀ ପଠାର ଯେଉଁ ସ୍ଥାନରେ ତାଙ୍କ ଗଞ୍ଜି, ଛତା ଓ ହଳୁଆ ବାଡିକୁ ଠାବ କରିଥିଲା ପୋଲିସ । ତାର ପ୍ରାୟ ଅଧ କିମି ଦୂରରେ ଏକ ଅର୍ଦ୍ଧ ନିର୍ମିତ ବ୍ରିଜ୍‌ ତଳୁ ତାଙ୍କ ଶବ ଉଦ୍ଧାର କରିବାରେ ସଫଳ ହୋଇଛି ଅଗ୍ନିଶମ ବିଭାଗ । ସେ ନଦୀରେ ପ୍ରବଳ ସ୍ରୋତରେ ଭାସିଯାଇ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ, ତୁଷରା ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.