oom

ଘୁମରେଶ୍ୱର ଶୈବ ପୀଠରେ ଜଳପ୍ରପାତରୁ ଖସି ଯୁବକ ନିଖୋଜ

jsmm

ନବରଙ୍ଗପୁର : ସେଲ୍ଫି ହେଲା କାଳ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ପ୍ରସିଦ୍ଧ ଘୁମରେଶ୍ୱର ଶୈବ ପୀଠରେ ଘଟିଛି ଏକ ଅଘଟଣ । ଘଟଣା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଙ୍ଗରଦୋରା ନିକଟରେ ରହିଥିବା ପ୍ରସିଦ୍ଧ ଘୁମରେଶ୍ୱର ଶୈବ ପୀଠ ନିକଟରେ ରହିଥିବା ସୁଉଚ୍ଚ ଜଳ ପ୍ରପାତକୁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଡେଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଗୁଡା ଗ୍ରାମର ପ୍ରଫୁଲ୍ଲ ଗୌଡ଼ଙ୍କ ୧୮ ବର୍ଷୀୟ ପୁତ୍ର ହରିବନ୍ଧୁ ଗୌଡ଼ ନିଜ ଦୁଇଜଣ ସାଙ୍ଗ ଙ୍କ ସହ ଘୁମରେଶ୍ବର ଶୈବ ପୀଠକୁ ବୁଲିବାକୁ ଆସିଥିବା ବେଳେ ଜଳପ୍ରପାତକୁ ଖସି ଯାଇ ସେ ନିଖୋଜ ଅଛନ୍ତି । ତାଙ୍କୁ ଖୋଜାଖୋଜି କରୁଛନ୍ତି ଅଗ୍ନିଶମ କର୍ମଚାରୀ । ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

jittmm
Leave A Reply

Your email address will not be published.