ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଂଘର ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଆବାହନକ୍ରମେ ପୂର୍ବତନ ସ୍କୁଲ ଉପ ନିରୀକ୍ଷକ ଶ୍ୟାମ ସୁନ୍ଦର ଦାସ, ବିଇଡି ସଂଘର ଜିଲ୍ଲା ସଭାପତି ମଧୁସୁଦନ ନାୟକ ଓ ପୂର୍ବତନ ଜିଲ୍ଲା ଉପସଭାପତି ଧୃବରାଜ ଚୋପଦାର ପ୍ରମୁଖ ମଂଚାସୀନ ଥିଲେ । ଏହି ସଭାରେ ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷକ ପ୍ରତିନିଧିଙ୍କ ଉପସ୍ଥିତିରେ ନିମ୍ନୋକ୍ତ ବିଷୟ ଆଲୋଚନା ହୋଇଥିଲା । ନୂତନ ଡିଇଓଙ୍କୁ ସ୍ୱାଗତ ଆଉ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଉପରେ ଉପସ୍ଥାପନା, ବକେୟା ପ୍ରାପ୍ୟ, ପ୍ରମୋସନ୍ ଓ ଦୀର୍ଘ ଦିନ ଗୋଟିଏ ଷ୍ଟେସନରେ ଥିବା ସାହେବ ଓ କିରାଣୀଙ୍କର ବଦଳି ପାଇଁ ଦାବି ପରି ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ରାଜ୍ୟ ଉପସଭାପତି ପ୍ରଶାନ୍ତ ପୁରୋହିତ, ରସୁଲ ଖାନ ତଥା ହରେକୃଷ୍ଣ ରଥ ଶିକ୍ଷା ବିଭାଗର ସମସ୍ୟା ସବୁର ଉପସ୍ଥାନ କରିଥିଲେ । ଶ୍ରୀ ଦାସ ଉପସ୍ଥିତ ଶିକ୍ଷକମାନଙ୍କ ପାଖକୁ ଯାଇ ତାଙ୍କର ସମସ୍ୟା ସବୁ ଲେଖି ଆଣି ସମାଧାନ କରିବାକୁ ଉପଦେଶ ଦେଇଥିଲେ ।