centurian jitm

ସୁବର୍ଣ୍ଣପୁରରେ ଜିଲ୍ଲା ନିଯୁକ୍ତି ମେଳା ଅନୁଷ୍ଠିତ

nschool
  • ବିଭିନ୍ନ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଦ୍ଵାରା ୭୯୧ ଜଣ ଯୁବ ବର୍ଗ ଉପକୃତ ହେବେ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁରର ମିଳିତ ସହଯୋଗରେ ଜିଲ୍ଲା ନିୟୋଜନ ବିଭାଗ ଆନୁକୂଲ୍ୟରେ ଆଜି ଜିଲ୍ଲା ସଦର ମହକୁମା ସ୍ଥିତ ଟାଉନ୍ ହଲଠାରେ ଏକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ ଅଧିକାରୀ ସଂଯୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ୍ ମିଞ୍ଜ୍ ମୁଖ୍ୟ ଅତିଥି ଭାବରେ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ନିଯୁକ୍ତି ମେଳାରେ ରାଜ୍ୟ ଭିତର ଏବଂ ରାଜ୍ୟ ବାହାରର ବିଭିନ୍ନ ୧୯ଟି ସ୍ୱନାମଧନ୍ୟ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାର ସମସ୍ତ ଛଅଟି ବ୍ଲକରୁ ସହସ୍ରାଧିକ ଯୁବକ ଯୁବତୀ ଏହି ମେଳାରେ ନାମ ପଞ୍ଜିକରଣ କରି ନିଜ ମନପସନ୍ଦ ସଂସ୍ଥାରେ ଯୋଗ ଦେବା ପାଇଁ ପଦକ୍ଷେପ ନେଇଥିଲେ । ଆଜି ଏହି ନିଯୁକ୍ତି ମେଳାରେ ସମୁଦାୟ ୭୯୧ ଜଣ ଯୁବକ ଯୁବତୀ ନିଜର ନାମ ପଞ୍ଜିକରଣ କରିଥିବା ବେଳେ ବିଶେଷ ଭାବେ Worry free technologyରେ ସର୍ବାଧିକ ୧୩୧ ଜଣ, ଦ୍ଵିତୀୟରେ Care vision private limitedରେ ୯୯ ଜଣ, ଜନ କଲ୍ୟାଣୀ ଫାଉଣ୍ଡସନରେ ୯୯ ଜଣ ଏବଂ Vedamata Groups pvt.ltdରେ ୯୪ ଜଣ ନାମ ପଞ୍ଜିକୃତ କରିଥିଲେ । ସେହିପରି ଟାଟା ମୋଟର୍ସରେ ୨୭ ଜଣ ଏବଂ ଜିଓ ଫାଇବରରେ ୫୫ ଜଣ ଯୁବ ପଂଜିକୃତ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ହୋଇ ରହିଥିବା ନିଯୁକ୍ତି ମେଳା ଏହି ବର୍ଷ ଅନୁଷ୍ଠିତ ହୋଇଥିବା ଯୋଗୁଁ ବହୁ ସଂଖ୍ୟାରେ ଯୁବ ବର୍ଗ ଆଗ୍ରହ ସହକାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ନିୟୋଜନ ଅଧିକାରୀ ସଞ୍ଜୁ ସାହୁ ସ୍ୱାଗତ ଅବିଭାଷଣ ପ୍ରଦାନ ପୂର୍ବକ ସଭାର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ । ଯୁବ ବର୍ଗଙ୍କୁ ସମ୍ବୋଧିତ କରି ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କ ପାଇଁ ଏକ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ସଭାକୁ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.