oom

ପାଟଣାଗଡରେ ବ୍ଳକସ୍ତରୀୟ ନିଯୁକ୍ତି ମେଳା

jsmm

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଳକ କାର୍ଯ୍ୟାଳୟ ପରିସରରେ ବ୍ଳକସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ନିଯୋଜନ ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ ମେଳାକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ, ମୁଖ୍ୟ ଅତିଥି ବ୍ଳକ ଅଧ୍ୟକ୍ଷ ଭକ୍ତ ବନ୍ଧୁ ନାଏକ, ବିଡିଓ ନିଳମାଧବ ସୁନା, ଡିଇଓ ବିନୋଦ ଲାକ୍ରା, ଏବିଡିଓ ପ୍ରଭାତ କୁମାର ସାହୁ, ପିଏ ମେନକା ମେହେର, ବିପିଏମ ବିଜୟ କୁମାର ଦେହୁରୀ, ଏସ୍ ସିଡି ବିଚିତ୍ରା ମୁଦୁଲି, ପିଏ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ । ନିଯୁକ୍ତି ମେଳାରେ ୨୬୫ ଜଣ ଯୁବକ ଯୁବତୀ ନାମ ପଞ୍ଜିକରଣ କରିଛନ୍ତି । ମେଳାରେ ଡିଜାଇନ୍ ନର୍ସିଂ କେୟାର ସେଲୁସନ୍ସ, ୟୁଥ୍ ଫରଜନ୍ସ ଫାଉଣ୍ଡେସନ, ସେବେରା ହେଲଥ କେୟାର, ଗ୍ରାମ ତରଙ୍ଗ ଏମ୍ପୋୟାବିଲିଟି, ଟ୍ରେନିଂ ସର୍ଭିସ, ଲେଭୋହେଲଥ କେୟାର ଆଦି ୮୫ଟି ସଂସ୍ଥା ଯୋଗଦେଇ ଥିଲେ ।

jittmm
Leave A Reply

Your email address will not be published.