jayashree

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ଥରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ୫୪୦ ଜଣ ଶିକ୍ଷିତ ଯୁବକଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ୨୫୬ଜଣଙ୍କୁ ଚାକିରି ପାଇଁ ମନୋନୀତ କରାଯାଇଛି । ଏହି ନିଯୁକ୍ତି ମେଳାକୁ ଜିଲ୍ଲା ପରିଷଦ ଅଧକ୍ଷା ସମାରୀ ଟାଙ୍ଗୁଲୁ ଉଦ୍‌ଘାଟନ କରିଥିଲେ । ଏହି ନିଯୁକ୍ତି ମେଳା ଜରିଆରେ ଜିଲ୍ଲାର ବହୁ ଶିକ୍ଷିତ ବେକାରୀ ଯୁବକ, ଯୁବତୀ ନିଜ ପସନ୍ଦର ନିଜ ପସନ୍ଦର ବେସରକାରୀ କମ୍ପାନୀରେ ଚାକିରି କରିପାରିବେ । ମାଲକାନଗିରି ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ମନସ୍ଵୀ ସେଠୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଦ୍‌ଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝୀ, ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ ଷଡ଼ଙ୍ଗୀ, ବରିଷ୍ଠ ଅଧ୍ୟାପିକା ନମିତା ଦଣ୍ଡସେନା ଯୋଗ ଦେଇ ନିଯୁକ୍ତି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହି ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରରୁ ବିଭିନ୍ନ ନିଯୁକ୍ତିଦାତା/ସଂସ୍ଥା ମାନେ ଯୋଗଦେଇଥିଲେ । କେତେକ କମ୍ପାନିରେ ସିଧାସଳଖ ନିଯୁକ୍ତିର ବ୍ୟବସ୍ଥା ଥିବା ବେଳେ କେତେକ କମ୍ପାନୀ ସ୍ଵଳ୍ପ ତାଲିମ ପରେ ନିଯୁକ୍ତି ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଅବସରରେ ୧୨ ଜଣ ନିଯୁକ୍ତିଦାତା ଓ ୯ ଜଣ ପ୍ରକଳ୍ପ ରୂପାୟନ ସଂସ୍ଥା ଯୋଗ ଦେଇଥିଲେ । ଜିଲ୍ଲାରେ ବିଭିନ୍ନ ଅଞ୍ଚଳରୁ ୬୪୦ ଜଣ ଯୁବକ, ଯୁବତୀ ନାମ ପଞ୍ଜିକରଣ କରିଥିଲେ । ପ୍ରଶିକ୍ଷଣ ନିମନ୍ତେ ୭୭ ଜଣ ଯୁବକ, ଯୁବତୀ ମନୋନୀତ ହୋଇଛନ୍ତି ଓ ୨୫୬ ଜଣ ଯୁବକ ଓ ଯୁବତୀ ଚାକିରି ପାଇଁ ମନୋନୀତ ହୋଇଥିବାର ଜଣାପଡ଼ିଛି ।

Leave A Reply

Your email address will not be published.