ls

ସ୍ଥାୟୀ ନିଯୁକ୍ତି ପାଇବେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ପୁରୁଷ, ମହିଳା

sb

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟାନୁଷ୍ଠାନରେ ନିୟୋଜିତ ହୋଇଥିବା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ପୁରୁଷ, ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ । ଯେଉଁମାନେ ନିଯୁକ୍ତିର ୬ବର୍ଷ ପୂରଣ କରିଥିବେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଲାଗି ବିଭିନ୍ନ ଜିଲ୍ଲାର ସିଡିଏମ୍‌ଓମାନଙ୍କୁ ଚିଠି ଜାରି ହୋଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, କଟକ, ସୁନ୍ଦରଗଡ଼, ବଲାଙ୍ଗିର, ଢେଙ୍କାନାଳ, ବରଗଡ଼, ଅନୁଗୁଳ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଭଦ୍ରକ, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ(ପୁରୁଷ), ଝାରସୁଗୁଡ଼ା, ନୂଆପଡ଼ା, ସୁନ୍ଦରଗଡ଼, ଖୋର୍ଦ୍ଧା, କୋରାପୁଟ, ଭଦ୍ରକ, ଗଞ୍ଜାମ, ବରଗଡ଼, ଅନୁଗୁଳ, ସମ୍ବଲପୁର ଓ କଟକ ଜିଲ୍ଲାରେ ଥିବା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ(ମହିଳା)ଙ୍କୁ ସ୍ଥାୟୀ ନିଯୁକ୍ତି ନେଇ ନିଷ୍ପତ୍ତି ହୋଇଛି ।

ତେଣୁ ସେମାନଙ୍କର କାର୍ଯ୍ୟରେ ଯୋଗଦେବାର ତାରିଖ, ଏଏନ୍‌ଏମ୍‌ ପଞ୍ଜିକରଣ ସାର୍ଟିଫିକେଟ୍ ଓ ଭିଜିଲାନ୍‌ସ ମାମଲା ଆଦିର ଯାଞ୍ଚ ପାଇଁ କୁହାଯାଇଛି । ଯାଞ୍ଚ ପରେ ସାଧାରଣ ପ୍ରଶାସନ ବିଭାଗର ସର୍ତାବଳୀ ଅନୁଯାୟୀ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ କୁହାଯାଇଛି ।

pc pk
Leave A Reply

Your email address will not be published.