ରାଜ୍ୟର ୩୬ ବ୍ଲକରେ ନୂତନ ବିଡିଓ ନିଯୁକ୍ତ

ଭୁବନେଶ୍ୱର : ରାଜ୍ୟର ୩୬ଟି ବ୍ଲକକୁ ମିଳିଲେ ନୂଆ ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ) । ରାଜ୍ୟ ପଞ୍ଚାୟତିରାଜ ଓ ଜଳସମ୍ପଦ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ନୂଆ ବିଡିଓ ଭାବେ ସ୍ୱପ୍ନିତା ନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଚିଲିକାର ତହସିଲଦାର ପ୍ରଦୀପ କୁମାର ସାହୁଙ୍କୁ ଆଠଗଡ଼ର ବିଡିଓ ଭାବେ ବଦଳି କରାଯାଇଛି । ଏହି ଭଳି ୩୬ ଜଣ ଅଧିକାରୀଙ୍କ ବଦଳି ହୋଇଥିବା ବେଳେ ପଞ୍ଚାୟତିରାଜ ଓ ଜଳସମ୍ପଦ ବିଭାଗର ୧୬ ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ଅଧୀନରେ ଥିବା ବିଭିନ୍ନ ଜିଲ୍ଲାରେ ଥିବା ପଦବୀକୁ ବଦଳି କରାଯାଇଛି ।

Leave A Reply

Your email address will not be published.