
ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ସ୍ଥିତ ଇନ୍ଦିରା ମେମୋରିଆଲ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟଠାରେ ଜୁପିଟର ଇଞ୍ଜିନିୟର୍ସ ତରଫରୁ ଏକ କ୍ୟାମ୍ପସ ମାଧ୍ୟମରେ ନିଯୁକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟଜିତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୁପିଟର ଇଞ୍ଜିନିୟର୍ସର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ବିଶ୍ୱାଳ, ପ୍ରବନ୍ଧକ କିଶୋରଚନ୍ଦ୍ର ମହାରଣା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ସାକ୍ଷାତକାର ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇଟିଆଇର ପ୍ରାୟ ୨୮ ଜଣ ଇଲେକ୍ଟ୍ରିକାଲ ଓ ଫିଟର ଟ୍ରେଡର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲାବେଳେ ସେମାନଙ୍କ ମଧ୍ୟରୁ ଯୋଗ୍ୟତା ଭିତ୍ତିରେ ୧୦ ଜଣଙ୍କୁ ଚାକିରୀରେ ଯୋଗ ଦେବା ପାଇଁ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇଟିଆଇର ପ୍ରଶାସନିକ ଅଧିକାରୀ ମୌସୁମୀ ଦାଶ, ସୋମନାଥ ନାୟକ, ସାଲୋନୀ ପାତ୍ର, ରିଙ୍କି ନିଶା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।