oom

ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା ସ୍ତରୀୟ ଡିଜିଟାଲ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ବରଗଡ଼ ଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା ସ୍ତରୀୟ ଡିଜିଟାଲ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ସୋସିଆଲ ମିଡ଼ିଆ ତଥା ଡିଜିଟାଲ ୱିଙ୍ଗର ମୁଖ୍ୟ ସୁବ୍ରତ ଛାଟୋଇ ଓ ସମ୍ମାନୀତ ଅତିଥି ଭାବେ ଛାତ୍ର ଡିଜିଟାଲ ସଂଯୋଜକ ସୁଜିତ ପାଲଟାସିଂ ଯୋଗଦେଇ ଡିଜିଟାଲ ମାଧ୍ୟମରେ କିପରି ଆମ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ଲୋକାଭିମୁଖୀ ଯୋଜନାଗୁଡିକ ତୃଣମୂଳ ସ୍ତରକୁ ପହଞ୍ଚି ପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ବିଧାୟିକା ଶ୍ରୀମତି ରୀତା ସାହୁ, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର, ଯୁବ ନେତା ଭୋଜରାଜ ସିଂ ବରିହା ଏବଂ ଅନେକ ଅତିଥିଗଣ ଯୋଗ ଦେଇ ଯୁବ ଛାତ୍ରକୁ ଦିଗଦର୍ଶନ ଦେଇଥିବା ବେଳେ ବିଜୁ ଯୁବ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ଓ କରନ ସିକନ୍ଦର ଦ୍ୱୟ ମଞ୍ଚ ସଞ୍ଚାଳନ କରିଥିଲେ ।

jittmm
Leave A Reply

Your email address will not be published.