ଚଳିତ ବର୍ଷ ନିଜ ସ୍କୁଲ୍‌ରେ ମ୍ୟାଟ୍ରିକ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲ୍‌କୁ ଯିବାକୁ ପଡ଼ିବନି । ସେମାନେ ନିଜ ସ୍କୁଲ୍‌ରେ ହିଁ ଦେବେ ପରୀକ୍ଷା । କରୋନାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ନିଜ ସ୍କୁଲ୍‌ରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନଥିଲେ ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । ତେବେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପରୀକ୍ଷାର ଅବଧି ମଧ୍ୟ ହ୍ରାସ କରି ଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ଦିଆଯିବ । ଛାତ୍ରଛାତ୍ରୀମାନେ ନିଜ ସ୍କୁଲ୍‌ରେ ପରୀକ୍ଷା ଦେଲେ ବି ସେହି ସ୍କୁଲ୍‌ର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ହୋଇପାରିବେ ନାହିଁ । ଅନ୍ୟ ସ୍କୁଲ୍‌ର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ଭାବେ ନିୟୋଜିତ ହେବେ । ଚଳିତ ବର୍ଷ ମେ’ ୩ ତାରିଖରୁ ମ୍ୟାଟ୍ରିକ୍ ପରୀକ୍ଷା ହେବ। ଏଥର ପ୍ରାୟ ସାଢ଼େ ୬ ଲକ୍ଷ ଛାତ୍ରଛାତ୍ରୀ ମ୍ୟାଟ୍ରିକ୍ ପରୀକ୍ଷା ଦେବେ ।

Leave A Reply

Your email address will not be published.

error: Content is protected !!