ଖାଦ୍ୟ ନିଗମ ସଭ୍ୟ ହେଲେ ପ୍ରଶାନ୍ତ କୁମାର ନାୟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ କେନ୍ଦ୍ର ଖାଦ୍ୟ ନିଗମ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନିତ ହୋଇଛନ୍ତି । ଓଡିଶାରୁ ୨ ଜଣ ସଦସ୍ୟ ମନୋନିତ ହୋଇଥିବା ବେଳେ ଶ୍ରୀ ନାୟକ ନାମ ଘୋଷଣା କରାଯିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି । ପୂର୍ବରୁ ସେ କରପଡା ଗ୍ରାମ ପଞ୍ଚାୟତର ସରପଞ୍ଚ, ସମବାୟ ସମିତିର ସଭାପତି, ଭାଜାପାର ପୂର୍ବତନ ଓବିସି ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଏବଂ ରାଜ୍ୟ ସଂଯୋଜକ ରହିଥିଲେ । ବର୍ତ୍ତମାନ ଏହି ପଦବୀ ପାଇବା ପରେ ସେ କେନ୍ଦ୍ର ଓ ରାଜ୍ୟ ବିଜେପି ନେତୃ ବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.